କୋଲକାତା: ଏବେ ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ପାାଇଁ ଉପନିର୍ବାଚନ ଆରମ୍ଭ ହୋଇଛି। ତେବେ ମତଦାନ ସମୟରେ କରିମପୁରରୁ ବିଜେପି ବିଧାନସଭା ପ୍ରାର୍ଥୀ ଜୟ ପ୍ରକାଶ ମଜୁମଦାରଙ୍କୁ ଯେଉଁଭଳି ମାଡ଼ ମରାଯାଇଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଥିବା ବେଳେ କିଛି ଲୋକେ ତାଙ୍କୁ ଧକ୍କା ମାରିବା ସହ ଜଣେ ଯୁବକ ତାଙ୍କୁ ଗୋଇଠା ମାରି ବୁଦାକୁ ଠେଲି ଦେଉଥିବା ଦେଖାଯାଇଛି। ତେବେ ଏଭଳି ଘଟଣା ପରେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରିଛନ୍ତି ଜୟ ପ୍ରକାଶ।
#WATCH West Bengal BJP Vice President and candidate for Karimpur bypoll, Joy Prakash Majumdar manhandled and kicked allegedly by TMC workers as voting is underway in the constituency. #WestBengalpic.twitter.com/Vpb5s14M5A
— ANI (@ANI) November 25, 2019
ସୂଚନା ମୁତାବକ, ମତଦାନ କେନ୍ଦ୍ରରେ ଯେତେବେଳେ ବିଜେପି ପ୍ରାର୍ଥୀ ଜୟ ପ୍ରକାଶ ମଜୁମଦାର ପହଞ୍ଚିଥିଲେ, ସେତେବେଳେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଫେରି ଯାଅ ବୋଲି କହିବା ଆରମ୍ଭ କରିଥିଲେ। ଯାହା ପରେ ଭିଡ଼ ଅଧିକ ହେବାରୁ ପୁଲିସ ଭିଡ଼କୁ କମାଇବା ପାଇଁ ଲାଠିଚାର୍ଜ କରିଥିଲା। କିନ୍ତୁ ଶାନ୍ତିପୂର୍ଣ୍ଣ ବାତାବରଣକୁ ଖରାପ କରିଥିବା କହି ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ଜୟ ପ୍ରକାଶ ମଜୁମଦାରଙ୍କୁ ଧକ୍କା ମାରିବା ଆରମ୍ଭ କରି ଦେଇଥିଲେ। ପରେ ଜୟ ପ୍ରକାଶ ମଜୁମଦାରଙ୍କୁ ଧକ୍କା ମାରି ମାରି ନେଇ ଏକ ବୁଦାକୁ ଗୋଇଠା ମାରି ଠେଲି ଦେଇଥିଲେ। ତେବେ ଏଭଳି ହିଂସା ପରେ ବିଜେପି ଟିଏମସିକୁ ଦାୟୀ କରିଛି। ହାରିବା ଡ଼ରରେ ଟିଏମସି ଏଭଳି କରୁଥିବା ବିଜେପି କହିଛି।