କୋଲକାତା : ପଶ୍ଚିମବଙ୍ଗରେ ଭବାନୀପୁର ସମେତ ମୁର୍ସିଦାବାଦ ଜିଲ୍ଲାର ଜଙ୍ଗିପୁର ଏବଂ ସାମଶେରଗଞ୍ଜ ବିଧାନସଭା ଆସନ ପାଇଁ ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଭବାନୀପୁରରେ ସନ୍ଧ୍ୟା ୫ଟା ସୁଦ୍ଧା ୫୩.୩୨ ପ୍ରତିଶତ ମତଦାନ ହୋଇଛି। ଗୁରୁବାର ଭୋଟ୍ ଗ୍ରହଣ ଚାଲିଥିବାବେଳେ ଭବାନୀପୁରରେ ତୃଣମୂଳ-ବିଜେପି ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ମତଦାନ ପୂର୍ବରୁ ସାମଶେରଗଞ୍ଜରେ ବୋମା ମାଡ଼ ହୋଇଥିଲା। ବୋମା ମାଡ଼ ହେବାର କିଛି ଘଣ୍ଟା ପରେ ତୃଣମୂଳ ନେତା ଅନାରୁଲ୍ ହକ୍ଙ୍କୁ ଗିରଫ କରାଯାଇଛି। ଭବାନୀପୁର ଆସନରେ ତୃଣମୂଳ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିର ପ୍ରିୟଙ୍କା ତିବରେୱାଲଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହୋଇଛି। ଭୋଟ ଦେବାକୁ କେନ୍ଦ୍ର କରି ଏଠାରେ ତୃଣମୂଳ ଏବଂ ବିଜେପି ସମର୍ଥକମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଭବାନୀପୁରର ଏକ ପୋଲିଂ ବୁଥ୍ରେ କିଛି ଯୁବକ ନକଲି ଭୋଟ୍ ଦେଉଥିବାବେଳେ ଧରା ପଡ଼ିଛନ୍ତି।
ପଶ୍ଚିମବଙ୍ଗ ଉପନିର୍ବାଚନ: ଭବାନୀପୁରରେ ୫୩.୩୨% ମତଦାନ
ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼, ଟିଏମ୍ସି ନେତା ଅନାରୁଲ ହକ୍ ଗିରଫ
/sambad/media/post_attachments/wp-content/uploads/2021/10/West-Bengal-.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)