କୋଲକାତା: ରାତିରେ ମହିଳାମାନେ ଘରୁ ନବାହାରିବା ନେଇ ମମତା ବାନାର୍ଜୀଙ୍କ ମନ୍ତବ୍ୟ ପ୍ରସଙ୍ଗ । ବିବାଦୀୟ ବୟାନ ପାଇଁ ଚାରିଆଡୁ ସମାଲୋଚନା ହେବା ପରେ ନିଜ ମନ୍ତବ୍ୟ ଉପରେ ପୁନଶ୍ଚ ସ୍ପଷ୍ଟୀକରଣ ଦେଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । କହିଲେ ଗଣମାଧ୍ୟମ ମୋ କଥାକୁ ବିକୃତ କରିଛି । ମିଡିଆ ଉପରେ ଦୋଷ ଲଦି ମମତା କହିଛନ୍ତି- ତୁମେ ମୋତେ ପ୍ରଶ୍ନ ପଚାର, ମୁଁ ଉତ୍ତର ଦିଏ ଏବଂ ତାପରେ ତୁମେ ତାହାକୁ ବିକୃତ କରି ଦେଖାଅ । ଏଭଳି ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ମମତା କହିଛନ୍ତି ।
Alipurduar | On her statement that women should not be allowed to go out at night, West Bengal Chief Minister Mamata Banerjee clarifies, "The media distorted my words. You ask me a question, I answer it, and then you distort it. Do not try this kind of politics..." https://t.co/6aGsFXr9Oapic.twitter.com/0mvOW2G7UC
— ANI (@ANI) October 12, 2025
ତେବେ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଆଜି ଦାୟିତ୍ବହୀନ ମନ୍ତବ୍ୟ ଏବଂ ରାତିରେ ଝିଅଙ୍କ ବାହାରକୁ ବାହାରିବା ନେଇ ଅଜବ ଯୁକ୍ତି ବାଢିଥିଲେ । ଯାହା ପରେ ତାଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି । ମମତା କହିଥିଲେ- ରାତି ୧୨ଟା ୩୦ ପରେ ମେଡିକାଲ ଛାତ୍ରୀ ଜଣକ କାହିଁକି ବାହାରକୁ ବାହାରିଥିଲେ । ସେ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲେ । ଏହି ଘଟଣା ପାଇଁ ଦାୟୀ କିଏ ବୋଲି ମମତା ପ୍ରଶ୍ନ କରିଥିଲେ । ଘରୋଇ ମେଡିକାଲ କଲେଜ ଗୁଡ଼ିକ ନିଜ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଦାୟୀ । ଆଉ ରାତିରେ ସେମାନଙ୍କୁ ବାହାରକୁ ବାହାରିବାକୁ ଦିଆଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଉ ମମତାଙ୍କ ମନ୍ତବ୍ୟ ପରେ ତାଙ୍କୁ ସବୁ ଆଡ଼ୁ ସମାଲୋଚନା କରାଯିବା ସହ ତାଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି ।