କୋଲକାତା: ନରେନ୍ଦ୍ର ମୋଦୀ କ’ଣ ଭଗବାନ? ବିଜେପି ସରକାରଙ୍କୁ ସମାଲୋଚନା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏଭଳି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସବୁକିଛିର ମୂଲ୍ୟ ଆକାଶଛୁଆଁ ହେଉଛି। ହେଲେ ତାହା ଉପରେ ଆଲୋଚନା ହେଉନାହିଁ। ଦେଶର ଅର୍ଥନୀତିର ଅବସ୍ଥା ଖରାପ ହେଲାଣି। ମୂଲ୍ୟ ବଢ଼ିବାରେ ଲାଗିଛି। ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଥିବା ବେଳେ ଏହା ବିଷୟରେ କାହିଁକି ଆଲୋଚନା ହେଉ ନାହିଁ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର କନକ୍ଲେଭ ଇଷ୍ଟରେ ଯୋଗ ଦେଇଥିବା ମମତା ବାନାର୍ଜୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ବିଜେପି ପାଖରେ ନରେନ୍ଦ୍ର ମୋଦୀ ଅଛନ୍ତି, ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା କିଏ? ଏହି ପ୍ରଶ୍ନ ଶୁଣି ଦିଦି କ୍ରୋଧିତ ହେବା ସହ କହିଥିଲେ ଯେ, ସେ ଭଗବାନ କି? ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଏବଂ ମୁଁ ଏହାକୁ ସମ୍ମାନ କରେ। କିନ୍ତୁ ସେ ଭଗବାନ ନୁହନ୍ତି।
ସେ ଆହୁରି କହିଥିଲେ ଯେ, ଦେଶରେ ଶିଳ୍ପର ଅବସ୍ଥା କ’ଣ? ଏକ ଲକ୍ଷରୁ ଅଧିକ ଶିଳ୍ପପତି ଦେଶ ଛାଡି ପଳାଇଛନ୍ତି। ଏହା ଲଜ୍ଜାଜନକ ବିଷୟ। ଯଦି ମୁଁ ଏକ ବଡ ଭୁଲ କରେ ତେବେ ଏହା ମୋର ଦୋଷ ଏବଂ ସେମାନେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କିନ୍ତୁ ସେ ଯେତେବେଳେ ପିଏମ କେଆର୍ସ ନାମରେ ଟଙ୍କା ନିଅନ୍ତି, ତେବେ ଏହି ଟଙ୍କା କୁଆଡେ ଗଲା ବୋଲି କେହି ତାଙ୍କୁ ପଚାରିପାରିବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-39.jpg)