କୋଲକାତା: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପ୍ରସଙ୍ଗ । ‘ଦୀଘା ଜଗନ୍ନାଥ ଧାମ’କୁ ନେଇ ବିବାଦ ତେଜିବା ପରେ ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ବି ସବୁଠି ଅଛି । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ, ସବୁ ସ୍ଥାନରେ ଥାଏ ମଧ୍ୟ । ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହାଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ ହାୱଡାରୁ ଟାର୍ଗେଟ୍ କରିଛନ୍ତି ମମତା ।
#WATCH | Howrah: On Digha Jagannath Temple controversy, West Bengal CM Mamata Banerjee says "We respect the temple in Puri and we also respect Jagannath Dham. Kaali Temple and Gurdwaras are everywhere across the country. Temples are there in all places...Why is there so much… pic.twitter.com/XSZZaWyFkR
— ANI (@ANI) May 5, 2025
ତେବେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଗତ କିଛି ଦିନ ହେବ ତେଜିବାରେ ଲାଗିଛି । ପ୍ରାଣ ପ୍ରତିଷ୍ଠା ପର ଠାରୁ ହିଁ ଦୀଘା ଜଗନ୍ନାଥ ଧାମ ନାମକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ପରେ ପୁରୀ ଶ୍ରୀମନ୍ଦିର ନବକଳେବର ବଳକା କାଠରେ ଦୀଘାରେ ୩ ଠାକୁର ତିଆରି ହୋଇଥିବା ନେଇ ବିବାଦ ଉପୁଜିଥିଲା । ଯେଉଁଥିରେ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ସମ୍ପୃକ୍ତି ଥିବାରୁ ତାଙ୍କ ଅଡୁଆ ବଢିଛି । ଆଉ ଆଜି ପୁରୀକୁ ବଙ୍ଗୀୟ ପର୍ଯ୍ଯଟକଙ୍କୁ ନଆସିବାରୁ ବାରଣ କରି ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି । ଏକ୍ସରେ ହାସଗ୍ୟାଗ୍ ବୟକଟ୍ ପୁରୀ ଟୁରିଜିମ୍ ବୋଲି ଟ୍ରେଣ୍ଡ କରୁଛି । ଯାହାକୁ ନେଇ ଓଡିଶା ପ୍ରତି ପଡିଶାର ଷଡ଼ଯନ୍ତ୍ର ବୋଲି କୁହାଯାଉଛି ।