କୋଲ୍କାତା: ଖାଦ୍ୟଶସ୍ୟ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁ ପ୍ରଭୃତିର ଦର ବୃଦ୍ଧିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରି ସୋମବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମତତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି।
ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦିଆଯାଇଥିବା ଉପରୋକ୍ତ ସାମଗ୍ରୀମାନଙ୍କରୁ ବିଶେଷକରି ପିଆଜ ଓ ଆଳୁକୁ ବ୍ୟବସାୟୀମାନେ ଗଚ୍ଛିତ ରଖିବାରୁ ଦରବୃଦ୍ଧି ଘଟିଛି। ଏଥିଯୋଗୁଁ ଖାଉଟିମାନେ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ସେ ଚିଠିରେ ଲେଖିଛନ୍ତି।
Image Courtesy of Finance Khabarମମତା ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସଂଶୋଧିତ ଆଇନ ରାଜ୍ୟ ସରକାରଙ୍କୁ କ୍ଷମତାକୁ ସଙ୍କୁଚିତ କରିଦେଇଛି। କେବଳ କେନ୍ଦ୍ର ସରକାର କୃଷି ଉତ୍ପାଦକୁ ନିୟନ୍ତ୍ରଣ କରିପାରିବେ। ସେଥିପାଇଁ ମୁଁ ଆପଣଙ୍କ ଜରୁରୀ ହସ୍ତକ୍ଷେପ ଲୋଡୁଛି। ଅତ୍ୟାବଶ୍ୟକ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ଯୋଗୁଁ ସାଧାରଣ ଜନତା ଦୁର୍ଦ୍ଦଶା ଭୋଗିବା କଥାରେ ଆମେ ନିରବଦ୍ରଷ୍ଟା ସାଜି ରହିପାରୁନାହୁଁ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେ ଆହୁରି ମଧ୍ୟ କହିଛନ୍ତି ଯେ, କୃଷିଜାତ ଦ୍ରବ୍ୟ ଉତ୍ପାଦନ, ଯୋଗାଣ, ବଣ୍ଟନ ଏବଂ ବିକ୍ରି ଉପରେ ନିୟନ୍ତ୍ରଣ ଜାରି କରିବାକୁ ଉପଯୁକ୍ତ ଆଇନ କରିବାକୁ ରାଜ୍ୟମାନଙ୍କୁ ଅନୁମତି ମିଳୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/mamatabanerjee-1.jpg)