କୋଲକାତା: ମୋଦୀଙ୍କ ଉପରେ ବର୍ଷିଲେ ମମତା । ପଶ୍ଚିମବଙ୍ଗ ସରକାରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟୁ ସମାଲୋଚନା ପରେ ତାତିଛନ୍ତି ଦିଦି । ପ୍ରେସମିଟ୍ କରି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ଆଉ ସିଧା ସିଧା ନିଶାନା କରି କହିଛନ୍ତି- ବିଜେପି ଅପରେସନ୍ ସିନ୍ଦୂର ନାଁରେ ରାଜନୈତିକ ହୋଲି ଖେଳୁଛି । ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି । ଯେତେବେଳେ ସାରା ଦେଶ ଅପରେସନ ସିନ୍ଦୂର ସପକ୍ଷରେ ଛିଡା ହେଉଛି ଆଉ ପ୍ରତିନିଧି ଦଳ ସାରା ବିଶ୍ବରେ ଆତଙ୍କବାଦ ବିରୋଧରେ ସ୍ବର ଉଠାଇବାକୁ ଯାଇଛନ୍ତି ସେତେବେଳେ ଏମାନେ ଅପରେସନ ବେଙ୍ଗଲ କରିବେ ବୋଲି କହୁଛନ୍ତି । ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କିଛି ହୋଇ ନପାରେ ।

Advertisment

ମୋଦୀଙ୍କୁ ଚାଲେଞ୍ଜ ଦେଇ ମମତା କହିଛନ୍ତି- ଦମ୍ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କର । ଆମେ ସବୁ ପ୍ରକାର ଚାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁ  । ମୋଦୀ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ବରଂ ବିଜେପି ସଭାପତି ଭାବରେ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରୁଛନ୍ତି । ମୋଦୀ ପଶ୍ଚିମବଙ୍ଗର ମହିଳାଙ୍କୁ ଅପମାନିତ କରିଛନ୍ତି ।

ଯେତେବେଳେ ଆମ ସାଂସଦ ବିଦେଶ ବୁଲି ଦେଶର ଅପରେସନ୍ ସିନ୍ଦୂର ନେଇ ଗୁଣଗାନ କରୁଛନ୍ତି ଠିକ୍ ସେତେବେଳେ ମୋଦୀ ବେଙ୍ଗଲ ଆସି ପଶ୍ଚିମବଙ୍ଗ ସରକାରଙ୍କୁ ଅପମାନିତ କରିବାକୁ ପଛାଉ ନାହାନ୍ତି । ଏହା କି ପ୍ରକାରର ରାଜନୀତି ବୋଲି ମମତା ପ୍ରଶ୍ନ କରିଥିବା ବେଳେ...  ପହଲଗାମ୍ ହମଲାର ଆତଙ୍କୀମାନେ ଏବେ କେଉଁଠି ଅଛନ୍ତି ? ସେମାନଙ୍କୁ ଧରାଗଲାଣି କି ? ବୋଲି ପ୍ରଶ୍ନ କରିଛନ୍ତି ଦିଦି ।

ଏଥସହ ଏକ ଖୋଲା ବିତର୍କର ଆହ୍ବାନ ମଧ୍ଯ ଦେଇଛନ୍ତି । ପ୍ରସଙ୍ଗ ନେଇ ଟିଭି ଡିବେଟ୍ କରିବାକୁ ଦିଦି ଆହ୍ବାନ କରିଥିବା ବେଳେ ମୋଦୀଙ୍କୁ ତାଙ୍କ ଟେଲିପ୍ରମ୍ପଟର ନେଇ ଆସିବାକୁ ମଧ୍ଯ କହିଛନ୍ତି । 

ଅଧିକ ପଢନ୍ତୁ-

ଟିଏମସି ଶାସନ ସମୟରେ ହଜାର ହଜାର ଶିକ୍ଷକଙ୍କ ଭବିଷ୍ୟତ ନଷ୍ଟ ହୋଇଥିଲା: ମୋଦୀ