କୋଲାକାତା: ବିଜେପିରେ ସାମିଲ ହେଲେ ଦୋଷୀ ନିର୍ଦ୍ଦୋଷ ହୋଇଯାଏ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କୋଲକାତାରେ ଆୟୋଜିତ ଏକ ଧର୍ମଘଟରେ ସାମିଲ ହୋଇ ମଞ୍ଚ ଉପରେ "ବିଜେପି ୱାଶିଂ ମେସିନ୍" ପ୍ରଦର୍ଶନ କରିଥିଲେ। ପରେ ଏହି ମେସିନରେ ଏକ କଳା ରଙ୍ଗର କପଡା ଭର୍ତ୍ତି କରି ତୁରନ୍ତ ସେଥିରୁ ଏକ ଧଳା ରଙ୍ଗର କପଡା ବାହାର କରିଥିଲେ। ଏଭଳି କରି ସେ ଦେଖାଇବାକୁ ଚାହିଁଥିଲେ ଯେ, ଦୁର୍ନୀତି ଅଭିଯୋଗ ଥିବା ନେତା ବିଜେପିରେ ଯୋଗଦେବା ପରେ ନିର୍ଦ୍ଦୋଷ ହୋଇଯାନ୍ତି।
ତୃଣମୂଳ କଂଗ୍ରେସ ମଧ୍ୟ ଏହି ୱାଶିଂ ମେସିନର ଭିଡିଓକୁ ଏହାର ଅଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି। ଭିଡିଓରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେସିନରେ କଳା ପୋଷାକ ରଖୁଥିବାର ନଜର ଆସିଛନ୍ତି। ଏହା ପରେ ସେ ମେସିନରୁ ଧଳା ପୋଷାକ ବାହାର କରୁଥିବା ଦେଖିବାକୁ ମିଳିଛି।
"बीजेपी वॉशिंग मशीन...", सीएम #MamataBanerjee ने भाजपा पर साधा निशाना pic.twitter.com/MgtlfG8zS2
— NDTV India (@ndtvindia) March 29, 2023
ତୃଣମୂଳ କଂଗ୍ରେସ ଦ୍ୱାରା ଆୟୋଜିତ ଧର୍ମଘଟରେ ଘରୋଇ ଗ୍ୟାସର ମୂଲ୍ୟ ବୃଦ୍ଧି, ରାଜ୍ୟ ସରକାରୀ ପାଣ୍ଠି ରିଲିଜ୍ ନହେବା ଏବଂ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାରକୁ ନେଇ ସ୍ୱର ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଥିଲେ- "କେନ୍ଦ୍ରୀୟ ଏଜେନ୍ସି ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ କରୁଛି, କିନ୍ତୁ ବିଜେପିରେ ଯୋଗ ଦେଇଥିବା କୌଣସି ନେତାଙ୍କ ବିରୋଧରେ କୌଣସି ତଦନ୍ତ ଆରମ୍ଭ କରୁନାହିଁ। ବିଜେପି ଏକ ୱାଶିଂ ମେସିନରେ ପରିଣତ ହୋଇଛି। ମୋତେ ସମସ୍ତ ଚୋର ଏବଂ ଲୁଟେରାଙ୍କ ତାଲିକା ଦିଅ - ସେମାନେ ସମସ୍ତେ ବିଜେପିରେ ଅଛନ୍ତି। ଏହାର ବିରୋଧ ଆମେ କରିବୁ। ମୋର ପ୍ରତିବାଦ କରିବାର ସମସ୍ତ ଅଧିକାର ଅଛି। ଯଦି ଆବଶ୍ୟକ ହୁଏ, ମୁଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିପାରିବି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ସ-200.jpg)