ପଶ୍ଚିମବଙ୍ଗ : ଆଲୋଚନା ପାଇଁ ଡାକ୍ତର ସଂଘ ରାଜି, କିନ୍ତୁ ସର୍ତ୍ତ ଗଣମାଧ୍ୟମ ଉପସ୍ଥିତିରେ ଆଲୋଚନା ହେଉ

କୋଲକତା : ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ସ୍ୱାସ୍ଥ୍ୟସେବା ଏକରକମ ଭୁଷୁଡିପଡିଥିବାବେଳେ ଆଜି ସମସ୍ୟାର ସମାଧାନ ନେଇ ଆଶା ସୃଷ୍ଟି ହୋଇଛି । ଗତ କାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ କଥାବାର୍ତ୍ତା ପ୍ରସ୍ତାବକୁ ଡାକ୍ତର ସଂଘ ଖାରଜ କରିଦେଇଥିବାବେଳେ ଆଜି ନିଜର ମନ ପରିବର୍ତ୍ତନ କରି କଥାବାର୍ତ୍ତା ପାଇଁ ରାଜି ହୋଇଛି । ଆହୁରି ମଧ୍ୟ ମମତା ବାନାର୍ଜି ଯେଉଁ ସ୍ଥାନରେ କହିବେ ସେଠାରେ ଆଲୋଚନା ହେବ । କିନ୍ତୁ ଏହି କଥାବାର୍ତ୍ତା ବନ୍ଦ କୋଠରୀରେ ନ ହୋଇ ଗଣମାଧ୍ୟମ ଉପସ୍ଥିତିରେ ହେଉ ବୋଲି ରେସିଡେଣ୍ଟ ଡାକ୍ତର ସଂଘର ସାଧାରଣ ପରିଷଦ କହିଛି । ସଂଘ ପକ୍ଷରୁ କୁହାଯାଇଛି ଯେ ଯଦି ସରକାର ସେମାନଙ୍କ ଦାବି ମାନି ନିଅନ୍ତି ତେବେ ସେମାନେ ଧର୍ମଘଟ ସମାପ୍ତ କରି ପୁଣି ଡାକ୍ତୀର ସେବା ଆରମ୍ଭ କରିଦେବେ ।
ଗତକାଲି ମମତା ବାନାର୍ଜି ଡାକ୍ତରମାନଙ୍କ ଦାବି ମାନିବେ ବୋଲି କହି ବୈଠକ ପାଇଁ ଡକାଇଥିଲେ । କିନ୍ତୁ ସଂଘ ପକ୍ଷରୁ ଏନଆରଏସ ମେଡିକାଲ କଲେଜ ଓ ହସପିଟାଲରେ ଆଲୋଚନା ହେବ ବୋଲି ଜିଦ ଧରିଥିଲେ ।

ସମ୍ବନ୍ଧିତ ଖବର