ପଶ୍ଚିମବଙ୍ଗରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢିଲା ଲକଡାଉନ ମିଆଦ

କୋଲକତା : ପଶ୍ଚିମବଙ୍ଗ ସରକାର ଲକଡାଉନ ମିଆଦକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାରଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏହି ଘୋଷଣା କରିଛନ୍ତି । ଏହି ସମୟ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିବ ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପଶ୍ଚିମ ବଙ୍ଗରେ ରେକର୍ଡ ସଂଖ୍ୟକ ପରୀକ୍ଷା କରାଯାଉଛି । ରାଜ୍ୟରେ ୩୦ଟି ବଡ଼ ଲାବ ଅଛି, ଦିନକୁ ୧୬ ହଜାରରୁ ଅଧିକ ପରୀକ୍ଷା ହେଉଛି । ଏଣୁ ଅଧିକ ସଂଖ୍ୟକ ମାମଲା ବାହାରୁଛି ।

କରୋନା ଦୃଷ୍ଟିରୁ ପଶ୍ଚିମବଙ୍ଗ ଏକ ସଂବେଦନଶୀଳ ଅଞ୍ଚଳ । କାରଣ ବାହାର ରାଜ୍ୟରୁ ଏଠାକୁ ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ଏହା ସତ୍ତ୍ୱେ କାହାରୁ ଚିକିତ୍ସା ପାଇଁ ଫେରାଇ ଦିଆଯିବ ନାହିଁ । ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆମର ଭିତ୍ତିଭୂମି ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ୮ଟି ପ୍ରଭାବିତ ଜିଲ୍ଲା ପାଇଁ ୮ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ଆସନ୍ତା ଶନିବାରଦିନ ପଶ୍ଚିମବଙ୍ଗରେ ବକ୍ରି-ଇଦ ପାଳନ ହେଉଥିବାରୁ ସେଦିନ ସଂପୂର୍ଣ୍ଣ ଲକଡାଉନ ପାଳନ ହେବ ନାହିଁ । କିନ୍ତୁ ଅଗଷ୍ଟ ୨ ଦିନ ସଂପୂର୍ଣ୍ଣ ଲକଡାଉନ ପାଳନ ହେବ । ମାତ୍ର ଅଗଷ୍ଟ ୩ରେ ରାକ୍ଷୀପୂର୍ଣ୍ଣିମା ପଡ଼ୁଥିବାରୁ ସେଦିନ ଲକଡାଉନକୁ କୋହଳ କରାଯିବ ।

ସମ୍ବନ୍ଧିତ ଖବର