ପଶ୍ଚିମବଙ୍ଗରେ ଜୁଲାଇ ୩୧ ଯାଏଁ ବଢ଼ିଲା ଲକ୍‌ଡାଉନ୍‌

କୋଲକାତା : ପଶ୍ଚିମବଙ୍ଗରେ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ାଇବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ପୂର୍ବରୁ ଘୋଷିତ ଲକ୍‌ଡାଉନ୍‌ ଚଳିତ ମାସ ୩୦ ତାରିଖରେ ଶେଷ ହୋଇଥାନ୍ତା। ଆଜି ନବାନ୍ନ ସଭାଗୃହରେ ମୁଖ୍ୟମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ କରିଥିଲେ। ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବ୍ୟାପୁଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସବୁ ଦଳର ନେତାମାନେ ଯୋଗ ଦେଇଥିଲେ। ଆଲୋଚନା ପ୍ରସଙ୍ଗରେ ଭିନ୍ନ ମତ ସୃଷ୍ଟି ‌‌େହାଇଥିଲେ ହେଁ କରୋନା ସଂକ୍ରମଣ ରୋକିବା ପାଇଁ ଆଉ କିଛିଦିନ ଲକ୍‌ଡାଉନ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ, କଟକଣାରେ କିଛିଟା କୋହଳ ସହ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିବ ଏବଂ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ସମ୍ବନ୍ଧିତ ଖବର