ମା’ଙ୍କ ସହ ଝଗଡ଼ା ହେବାରୁ ଫେସ୍‌ବୁକ୍‌ରେ ‘ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଛି’ ବୋଲି ଲେଖିଲେ ଯୁବତୀ, ସଙ୍ଗେ ସଙ୍ଗେ ଫୋନକୁ ଆସିଲା ଏଭଳି ମେସେଜ୍‌

ଜଲପାଇଗୁଡ଼ି : ପଶ୍ଚିମବଙ୍ଗରେ ଜଣେ କଲେଜ ଛାତ୍ରୀଙ୍କ ସହ ଘଟିଥିବା ଘଟଣାକୁ ବିଶ୍ୱାସ କରି ପାରୁ ନାହାନ୍ତି ଲୋକେ । ଆତ୍ମହତ୍ୟା କରିବାର ଇଚ୍ଛା ସୋସିଆଲ ମିଡ଼ିଆରେ ଜାହିର କରିବା ପରେ ତାଙ୍କ ପାଖକୁ ଆସିଥିବା ମେସେଜକୁ ନେଇ ଏବେ ଚରିଆଡ଼େ ଚର୍ଚ୍ଚା । ଯୁବତୀଜଣଙ୍କ ଆତ୍ମହତ୍ୟାର ଉଦ୍ଦେଶ୍ୟ ରଖିଥିବା ଜାଣି ଜଣେ ଅଜଣା ନମ୍ବରରୁ ତାଙ୍କ ହ୍ଵାଟ୍‌ସଆପ୍‌କୁ ମୋମୋ ଗେମ୍‌ ଖେଳିବା ପାଇଁ ମେସେଜ ଆସିଥିଲା, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯୁବତୀ । ନମ୍ବରଟି କାହାର ଜାଣିବାକୁ ଚାହିଁବାରୁ ମେସେଜ୍‌ ପଠାଇଥିବା ଲୋକ ଫୋନ କରିବା ପରେ ହିଁ ଜଣାଇବି ବୋଲି କହିଥିଲେ । ଏହା ପରେ ଯୁବତୀ ଡ଼ରି ଯାଇ ଏ ନେଇ ସେ ପ୍ରଥମେ ତାଙ୍କ ବଡ଼ ଭାଇଙ୍କୁ ଜଣାଇବା ପରେ ତାଙ୍କ ବଡ଼ ଭାଇ ଏହି ଗେମ୍‌କୁ ଖେଳିବା ପାଇଁ ମନା କରି ଦେଇଥିଲେ । ପରେ ଯୁବତୀ ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

Times Now

ସୂଚନା ମୁତାବକ, ଯୁବତୀ ତାଙ୍କ ମା’ଙ୍କ ସହ ଝଗଡ଼ା କରି ରାଗରେ ମୁଁ ମରିବାକୁ ଚାହୁଁଛି ବୋଲି ଫେସ୍‌ବୁକ୍‌ରେ ଲେଖିଥିଲେ । ଲେଖିବାର କିଛି ସମୟ ପରେ ତାଙ୍କ ପାଖକୁ ମୋମୋ ଚ୍ୟାଲେଞ୍ଜର ଏକ ମେସେଜ ଆସିଥିଲା । ତେବେ ଏହାକୁ କିଏ ଏବଂ କ’ଣ ପାଇଁ ପଠାଇଲା ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର