ପଶ୍ଚିମବଙ୍ଗର ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶାବଳୀ, ମଣ୍ଡପ ଖୋଲା ରହିବ, କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ

ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀରେ ଦୁର୍ଗା ପୂଜା ଆରମ୍ଭ ଠାରୁ  ଭସାଣୀ ପର୍ଯ୍ୟନ୍ତ ସମସ୍ତ ଉତ୍ସବରେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଯଥେଷ୍ଟ ଧ୍ୟାନ ଦିଆଯିବା କଥା ଉଲ୍ଲେଖ ରହିଛି।

ଦୁର୍ଗା ପୂଜା ପାଇଁ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ

୧. ଦୁର୍ଗ ପୂଜା ମଣ୍ଡପଗୁଡିକ ପ୍ରଶସ୍ତ ରହିବା ସହିତ ସବୁ ଦିଗରୁ ଖୋଲା ରହିବ । ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପୃଥକ ପୃଥକ ରହିବ।

୨.: ପୂଜା ମଣ୍ଡପର ସଂସ୍ଥାଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ସମସ୍ତ ଭକ୍ତ ଯେମିତି ମାସ୍କ ପିନ୍ଧିଥିବେ ଏବଂ ପୂଜାପାଠରେ ପ୍ରବେଶ କରିବା ପୂର୍ବରୁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିଥି‌‌ବେ।| ଏଥିସହିତ ଯେଉଁମାନେ ପୂଜା ମଣ୍ଡପକୁ ବିନା ମାସ୍କ ଓ ସାନିଟାଇଜରରେ ଆସିଥିବେ ସେମାନଙ୍କୁ ସଂସ୍ଥା ପକ୍ଷରୁ ମାସ୍କ ଓ ସାନିଟାଇଜର ପ୍ରଦାନ କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି।

୩. ପୁରୋହିତମାନଙ୍କୁ ମନ୍ତ୍ର ଉଚ୍ଚାରଣ ସମୟରେ ମାଇକ୍ରୋଫୋନ୍ ବ୍ୟବହାର କରିବା ପାଇଁ କୁହାଯାଇଛି। କାରଣ ସାମାଜିକ ଦୂରତା ବଜାୟ ରଖିବାବେଳେ ଭକ୍ତମାନେ ସ୍ପଷ୍ଟ ଭାବେ ପୁରୋହିତଙ୍କ ମନ୍ତ୍ରକୁ ଶୁଣି ପାରିବେ।

୪. ସେହିପରି ପୂଜା ମଣ୍ଡପ ନିକଟରେ ଥିବା ଷ୍ଟଲଗୁଡିକରେ ଭିଡ଼ ନକରି ଭକ୍ତଙ୍କୁ ପୂଜା ପାଇଁ ଆବଶ୍ୟକୀୟ ସାମଗ୍ରୀକୁ ଘରୁ ଆଣିବାକୁ କୁହାଯାଇଛି।

୫. ପୂଜା ମଣ୍ଡପ ଭିତରେ କିମ୍ବା ନିକଟରେ ସରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ndiatoday.in

୬. କୌଣସି ଆନନ୍ଦୋତ୍ସବ ହେବ ନାହିଁ। ରାଜ୍ୟ ସରକାର ଚଳିତ ବର୍ଷ ସମସ୍ତ ପ୍ରକାର ଆନନ୍ଦୋତ୍ସବକୁ ବାତିଲ କରି ମଣ୍ଡପ ନିକଟରେ ମେଳାକୁ ବି ନିଷିଦ୍ଧ କରିଛନ୍ତି।

୭. ଦୁର୍ଗା ପୂଜା ୨୦୨୦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶାବଳୀରେ ଆୟୋଜକମାନଙ୍କୁ ଭକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଯଥା ସମ୍ଭବ ଇଲେକ୍ଟ୍ରୋନିକ୍ ଏବଂ ସୋସିଆଲ୍ ମିଡିଆ ବ୍ୟବହାର କରିବାକୁ କହିଛନ୍ତି।

୮. ଭସାଣୀ ସମୟରେ ଦୁର୍ଗା ମୂର୍ତ୍ତିଗୁଡ଼ିକୁ ‌କୌଣସି ସ୍ଥାନରେ ନଅଟକାଇ ସିଧାସଳଖ ଘାଟକୁ ନେବାକୁ ସ୍ପଷ୍ଟ ଭାବେ କୁହାଯାଇଛି।

୯. ଅନଲାଇନରେ ଅନୁମତି ପାଇବା ପାଇଁ ରାଜ୍ୟ ସରକାର ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି |

୧୦. କୋଭିଡ ମହାମାରୀ ସମୟରେ ପୂଜାକୁ ସୁଗମ କରିବା ପାଇଁ ମମତା ବାନାର୍ଜୀ ସରକାର ପୂଜା କମିଟି ପାଇଁ ଅନେକ ସୁବିଧା ପ୍ରଦାନ କରିଛନ୍ତି।

ଏହି ସୁବିଧାଗୁଡ଼ିକରେ ମାଗଣା ଅଗ୍ନିଶମ ସେବା, ନିଗମ ଏବଂ ପଞ୍ଚାୟତକୁ ଟିକସ ରିହାତି, କୋଲକାତା ଏବଂ ପଶ୍ଚିମବଙ୍ଗର ପୂଜା ସଂଗଠନଗୁଡିକ ପାଇଁ ବିଦ୍ୟୁତ୍ ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର