କୋଲକାତା: ପଶ୍ଚିମବଙ୍ଗର ମମତା ସରକାରଙ୍କ ତୁଗଲକୀ ନିର୍ଦ୍ଦେଶ ଯୋଗୁଁ କେବଳ ଓଡ଼ିଶାବାସୀ ନୁହନ୍ତି, ପଶ୍ଚିମବଙ୍ଗର ଅନ୍ୟ ପଡ଼ୋଶୀମାନେ ବି ସମସ୍ୟାରେ ପଡ଼ିଛନ୍ତି । ଏବେ ବିହାର ଓ ଝାଡ଼ଖଣ୍ଡବାସୀ ବି ଆଳୁ ସମସ୍ୟାରେ ପଡ଼ିଛନ୍ତି । 

Advertisment

ପଶ୍ଚିମବଙ୍ଗ ସୀମାନ୍ତ ସୀମାଞ୍ଚଳର କିଶନଗଞ୍ଜ, କଟିହାର ଓ ପୂର୍ଣ୍ଣିଆରେ ଆଳୁ ଓ ପିଆଜ ବ୍ୟବସାୟୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଝାଡ଼ଖଣ୍ଡରେ ଆଳୁ ଯୋଗାଣ ଅଭାବରୁ ମହଙ୍ଗା ଦରରେ ଆଳୁ ବିକ୍ରି ହେଉଛି। ସେପଟେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ମଧ୍ୟରେ ଆଳୁର ଆନ୍ତଃରାଜ୍ୟ କାରବାରକୁ ନେଇ ବିବାଦ ଦେଖାଦେଇଛି। 
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସରକାର ବିହାରକୁ ଆଳୁ ଓ ପିଆଜ ପରିବହନ ଉପରେ କଟକଣା ଲଗାଇଛନ୍ତି। ପଶ୍ଚିମବଙ୍ଗରୁ ଯେପରି ଆଳୁ ବିହାରକୁ ନ ଅଣାଯାଏ ସେଥିପାଇଁ ବିହାର-ପଶ୍ଚିମବଙ୍ଗ ସୀମାରେ ଥିବା ରାମପୁର ଚେକ୍ ପୋଷ୍ଟରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ନିଷ୍ପତ୍ତି ପରେ ସୀମାନ୍ତ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଆଳୁ ଦର ଅତ୍ୟଧିକ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଳୁ ବୋଝେଇ ଗାଡ଼ିଗୁଡ଼ିକୁ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଉନାହିଁ। କେବଳ ପଶ୍ଚିମବଙ୍ଗରେ ଆଳୁ ଓ ପିଆଜ ବିକ୍ରି ହେବ ବୋଲି ପଶ୍ଚିମବଙ୍ଗ ପୁଲିସ ସ୍ପଷ୍ଟ ଭାବେ କହିଛି। ଏହାକୁ ଅନ୍ୟ କୌଣସି ରାଜ୍ୟକୁ ପଠାଯିବ ନାହିଁ।