ବାମଦଳର ୧୨ ଘଣ୍ଟିଆ ପଶ୍ଚିମବଂଗ ବନ୍ଦ

କୋଲକାତା : ବାମ ମୋର୍ଚ୍ଚା ପକ୍ଷରୁ ପଶ୍ଚିମବଙ୍ଗରେ ଶୁକ୍ରବାର ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ପୁଲିସ ଅତ୍ୟାଚାର ଓ ଅମାନୁଷିକ ବ୍ୟବହାର ପ୍ରତିବାଦରେ ଆଜି ଦିଆଯାଇଥିବା ବନ୍ଦ ଡାକରା ଆଂଶିକ ସଫଳ ହୋଇଛି। କରୋନା ଯୋଗୁଁ ବର୍ଷେ ହେଲା ବନ୍ଦ ଥିବା ସ୍କୁଲ, କଲେଜ ଆଜି ଖୋଲିଥିବା ବେଳେ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀ, ଅଭିଭାବକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଉତ୍ତର ୨୪ ପ୍ରଗଣାରେ ଗୁରୁବାର ଅନୁଷ୍ଠିତ ନବାନ୍ନ ଅଭିଯାନରେ ପଦଯାତ୍ରା କରି ଯାଉଥିବା ବାମ ଏବଂ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ପୁଲିସର ଅମାନୁଷିକ ଲାଠି ଚାଳନା ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଥିଲା।

ସମ୍ବନ୍ଧିତ ଖବର