ପଶ୍ଚିମବଙ୍ଗ ଅଗ୍ନିଶମ ବିଭାଗ ମନ୍ତ୍ରୀଙ୍କ ପୁଅ କରୋନା ପଜିଟିଭ୍

କୋଲକାତା : ରାଜ୍ୟ ଅଗ୍ନିଶମ ବିଭାଗ ମନ୍ତ୍ରୀ ସୁଜିତ ବୋଷ ଏବଂ ତାଙ୍କ ପତ୍ନୀଙ୍କ ପରେ ଏବେ ଏକମାତ୍ର ପୁଅର କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି। ଗତ ସପ୍ତାହରେ ମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ସମେତ ଘରୋଇ ସହାୟିକା କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା। ସହାୟିକାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ପରିବାରର ସମସ୍ତ ସଦସ୍ୟ ପରୀକ୍ଷା କରାଇଥିଲେ। ହେଲେ ସେତେବେଳେ ପୁଅର ରିପୋର୍ଟ ନେଗେଟିଭ୍‌ ଥିଲା। ମଙ୍ଗଳବାର ଦିନ ପୁଣି ଥରେ ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ୍‌ ଆସିଛି। ମନ୍ତ୍ରୀଙ୍କ ପରିବାର ସମେତ ତାଙ୍କ ସହଯୋଗୀମାନେ ହୋମ୍‌ କ୍ବାରେଣ୍ଟିନ୍‌ରେ ଅଛନ୍ତି। ଡାକ୍ତରୀ ଦଳ ସେମାନଙ୍କୁ ରୀତିମତ ଚିକିତ୍ସା କରୁଛନ୍ତି।

ସମ୍ବନ୍ଧିତ ଖବର