କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ସମ୍ବନ୍ଧୀୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବନାହିଁ ପଶ୍ଚିମବଙ୍ଗ

କୋଲ୍‌କାତା: ଭାରତ ଲକ୍‌ଡାଉନ୍ ଉଠାଇ ଦେବା ପରେ ବ୍ୟାପି ଚାଲିଥିବା କରୋନାଭାଇରସ୍ ସଂକ୍ରମଣ ରୋକିବା ନିମନ୍ତେ ଉପାୟ କରିବାକୁ ମଙ୍ଗଳବାର ଓ ବୁଧବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭର୍ଚ୍ୟୁଆଲ୍ ବୈଠକରେ ପଶ୍ଚିମବଙ୍ଗ ଅଂଶ ଗ୍ରହଣ କରିବନାହିଁ।

ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଲୋଡୁଛନ୍ତି। ସବୁ ମତାମତରୁ ଏକ ସାଧାରଣ ରଣକୌଶଳ ଆହରଣ କରି ସଂକ୍ରମଣର ମୁକାବିଲା କରିବାକୁ ଭବିଷ୍ୟତର କାର୍ଯ୍ୟଧାରା ସ୍ଥିର କରାଯିବ।

ଏହି ଦୁଇ ଦିନିଆ ବୈଠକରେ ୩୫ଟି ପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଅଂଶ ଗ୍ରହଣ କରୁଥିଲେ ବି ମାତ୍ର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଅନୁମତି ମିଳିବ। ଏହି କାରଣରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେବେନାହିଁ ବୋଲି କୁହାଯାଉଛି। ପଶ୍ଚିମବଙ୍ଗର ମୁଖ୍ୟଶାସନ ସଚିବ ମଧ୍ୟ ଏଥିରେ ଯୋଗ ନ ଦେଇ ପାରନ୍ତି।

ମଙ୍ଗଳବାର ଅପରାହ୍ଣରେ ପ୍ରଧାମନ୍ତ୍ରୀ ମୋଦୀ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍ ଏବଂ ପ୍ରଶାସକମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ କରିବେ। ଏଥିରେ ପଞ୍ଜାବ, କେରଳ, ଗୋଆ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଉତ୍ତରପୂର୍ବ ରାଜ୍ୟ ଏବଂ କେତେକ କେନ୍ଦ୍ରଶାସିତ ଅଞ୍ଚଳ ଅଂଶ ଗ୍ରହଣ କରିବେ।

ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ବାକି ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜମ୍ମୁ ଓ କଶ୍ମୀରର ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍‌ଙ୍କ ସହ ଆଲୋଚନା କରିବେ। ଏଥିରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, କର୍ଣ୍ଣାଟକ, ଗୁଜରାଟ, ବିହାର ଓ ଉତ୍ତରପ୍ରଦେଶ ଭଳି ବିଶେଷ ଭାବେ କୋଭିଡ୍-୧୯ ଦ୍ବାରା ସଂକ୍ରମିତ ରାଜ୍ୟ ଭାଗନେବେ।

ସମ୍ବନ୍ଧିତ ଖବର