କୋଲକାତା: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ଦାନା। ଆଜି ସକାଳ ସାଢେ ୫ଟାରେ ଗଭୀର ଅବପାତଟି ବାତ୍ୟାରେ ପରିଣତ ହୋଇଛି। ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି ରହିଛି। କାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ୨୪ ରାତିରୁ ୨୫ ତାରିଖ ସକାଳ ଭିତରେ ସ୍ଥଳ ଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦କିମି ଘଣ୍ଟା ପ୍ରତି ରହିବ ବୋଲି ଜଣାଯାଇଛି। ବାତ୍ୟାର ରୂପ ଦେଖି ଏବେ ବିପଦ ଥିବା ୨ଟି ରାଜ୍ୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।
ପଶ୍ଚିମବଙ୍ଗରେ ବାତ୍ୟା 'ଦାନା'ର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟ ୧୪ଟି ଏନଡିଆରଏଫ ଦଳ ପ୍ରସ୍ତୁତ ରହିଛନ୍ତି। ମତ୍ସ୍ୟଜୀବୀ ତଥା ନାବିକମାନଙ୍କୁ ନିୟମିତ ପାଣିପାଗ ସୂଚନା ଏବଂ ସୁରକ୍ଷା ପରାମର୍ଶ ଦେବା ପାଇଁ ଆଇସିଜି ପଶ୍ଚିମବଙ୍ଗର ହଲଦିଆ ଏବଂ ଓଡ଼ିଶାର ପାରାଦୀପରେ ହେଲିକପ୍ଟର ଏବଂ ରିମୋଟ ଅପରେଟିଂ ଷ୍ଟେସନ ନିୟୋଜିତ କରିଛି। 'ଦାନା' ପାଇଁ ଏବେ ରାଜ୍ୟର ୭ଟି ଜିଲ୍ଲା ହାଇ ଆଲର୍ଟରେ ଅଛନ୍ତି। ୭ଟି ଜିଲ୍ଲାରେ ରହିଛନ୍ତି, ଦକ୍ଷିଣ ୨୪ପରଗାନା, ଉତ୍ତର ୨୪ପରଗାନା, ପୂର୍ବ ମେଦିନୀପୁର, ପଶ୍ଚିମ ମେଦିନୀପୁର, ବାଙ୍କୁରା,ଝରଗ୍ରାମ ଏବଂ ହୁଗଲି। ଏହି ୭ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ, କଲେଜକୁ ଶନିବାର ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି ସରକାର। ଏହା ସହ ୧୫୦ରୁ ଅଧିକ ଟ୍ରେନ ଚଳାଚଳ ବାତିଲ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/23/W0jHRsPOjedySxP4T2Yj.jpg)