କୋଲ୍କାତା: ଗୋଟାଏ ପ୍ରତିମା ତିଆରି କେନ୍ଦ୍ରରେ ଦେବୀ କାଳୀଙ୍କର କେତେଗୁଡ଼ିଏ ପ୍ରତିମା ଭଙ୍ଗାରୁଜା ହୋଇଥିବା କଥା ଜଣାପଡ଼ିବା ପରେ ସୋମବାରଠାରୁ ପଶ୍ଚିମବଙ୍ଗର ହାଇମଣ୍ଡ୍ ହାର୍ବର୍ରେ ଉତ୍ତେଜନା ଲାଗି ରହିଥିଲା।
କିନ୍ତୁ, ପରେ ଜଣାପଡ଼ିଲା ଯେ, ସ୍ବୟଂ କାରିଗର ହିଁ ଉକ୍ତ ପ୍ରତିମା ସବୁ ଭାଙ୍ଗିଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ଦୀପାବଳି/କାଳୀପୂଜା ଦିନ ମୁକୁନ୍ଦପୁର ଅଞ୍ଚଳରେ ଶିଳ୍ପୀ ପ୍ରଭାତ ସର୍ଦାର୍ଙ୍କ ପ୍ରତିମା ଖଳାରେ ଘଟିଥିଲା। ସର୍ଦାର୍ ଅଭିଯୋଗ କରିଥିଲେ ଯେ, ରାତିରେ ଦୁର୍ବୃତ୍ତମାନେ ତାଙ୍କ ପ୍ରତିମା ଖଳାରେ ପଶି କେତେଗୁଡ଼ିଏ ପ୍ରତିମା ନଷ୍ଟ କରି ଦେଇଛନ୍ତି। ଏ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବହୁ ସଂଖ୍ୟାରେ ଏକତ୍ର ହେଲେ। ପରିସ୍ଥିତି ଉତ୍ତେଜନା ଆଡ଼କୁ ଯିବାରୁ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ‘ଏସ୍ଡିପିଓ’ଙ୍କ ନେତୃତ୍ବ ବହୁସଂଖ୍ୟକ ପୁଲିସ ମଧ୍ୟ ଘଟଣାସ୍ଥଳରେ ମୁତୟନ କରାଗଲା।
Image Courtesy of Celebrities Photosଏହାପରେ ଘଟଣାର ତଦନ୍ତ ଆରମ୍ଭ ହେଲା ଏବଂ ଦୁଇ ଦିନ ପରେ ଜଣାପଡ଼ିଲା ଯଥେଷ୍ଟ କ୍ରେତା ନ ମିଳିବାରୁ ନିଜେ ସର୍ଦାର୍ ପ୍ରତିମା ସବୁ ଭାଙ୍ଗି ପକାଇଛନ୍ତି। ଅପରାଧୀକୁ ଠାବ କରିବା ଲାଗି ପୁଲିସ ‘ସିସିଟିଭି’ କ୍ୟାମେରା ସହାୟତା ନେଇଥିଲା।
Image Courtesy of India Todayଜେରା କରାଯିବାରୁ ସର୍ଦାର କହିଲେ ଯେ, କାଳୀପୂଜାରେ ପ୍ରତିମା ବିକ୍ରୟ ପାଇଁ କ୍ରେତାର ଅଭାବ କଥା ପ୍ରଘଟ ହୋଇଗଲେ ତାଙ୍କ ସୁନାମରେ ଆଞ୍ଚ ଆସିବ ଭାବି ସେ ଭୟଭୀତ ହୋଇଯାଇଥିଲେ। ଏହା ତାଙ୍କ ଭବିଷ୍ୟତର ବ୍ୟବସାୟକୁ ବି ପ୍ରଭାବିତ କରିବ ବୋଲି ତାଙ୍କର ମନେହୋଇଥିଲା। ପ୍ରତିମା ବିକ୍ରି କରିବାରେ ବିଫଳପ୍ରଯତ୍ନ ହୋଇଥିବା କଥା ଲୁଚାଇବାକୁ ସେ ସେଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ମନସ୍ଥ କରିଥିଲେ।
୨୪ ପ୍ରଗଣା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଧୃତିମାନ ସର୍କାର କହିଛନ୍ତି ଯେ, ସର୍ଦାର୍ଙ୍କ ସମେତ ଏପର୍ଯ୍ୟନ୍ତ ୩ଜଣଙ୍କୁ ଅଟକ ରଖାଯାଇଛି। ତେଣୁ, ଲୋକେ ଗୁଜବ ପ୍ରତି କର୍ଣ୍ଣପାତ ନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Artist-Destryoed-The-Kali-Icon_Thumbnail.jpg)