ମା’ ସାଙ୍ଗରେ ମେଳା ଦେଖିଯାଇଥିବା ନାବାଳିକା ସାଙ୍ଗରେ ବୃଦ୍ଧା କଲେ ଦୁର୍ବ୍ୟବହାର: ପାଖରେ ଠିଆ ବ୍ୟକ୍ତି କଲେ ଭିଡ଼ିଓ

କୋଲକାତା: ଦେଶରେ ମହିଳାମାନଙ୍କ ସୁରକ୍ଷା ପାଇଁ ଯେତେ ନିୟମ ପ୍ରସ୍ତୁତ ହେଉଛି ତା’ଠାରୁ ଅଧିକ ନିର୍ଯାତନା ଘଟଣା ବଢ଼ିବାରେ ଲାଗିଛି। ଖାସକରି ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଏବଂ ଦୁର୍ବ୍ୟବହାର ଅଧିକ ହେଉଥିବା ଦେଖିବାକୁ ମିଳୁଛି। ସେହିଭଳି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ଚିନ୍‌ସୁରାହରେ ଦେଖିବାକୁ ମିଳିଛି। ଜଣେ ମହିଳା ତାଙ୍କ ନାବାଳିକା ଝିଅ ସହ ମେଳା ବୁଲି ଯାଇଥିବା ବେଳେ ସେଠାରେ ବୁଲିବାକୁ ଆସିଥିବା ୫୦ ବର୍ଷିୟ ବୃଦ୍ଧା ତା ସହିତ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାଟିର ଭିଡ଼ିଓ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ସୋସିଆଲ୍‌ ମିଡ଼ିଆରେ ଛାଡ଼ିବା ପରେ ଏହା ସର୍ବସମ୍ମୁଖକୁ ଆସିଥିଲା।

oneindia

ଘଟଣା ଅନୁଯାୟୀ, ପଶ୍ଚିମବଙ୍ଗର ଚିନସୁରାହ ଅଞ୍ଚଳରେ ମେଳା ଦେଖିବା ପାଇଁ ଜଣେ ମହିଳା ତାଙ୍କ ନାବାଳିକା ଝିଅ ସହିତ ଯାଇଥିଲେ । ସେ ଦୋଳିରେ ଝୁଲିବା ପାଇଁ ତାଙ୍କ ମା’ଙ୍କ ସହ ଠିଆ ହୋଇଥିବା ସମୟରେ ତାଙ୍କ ପଛରେ ଜଣେ ୫୦ ବର୍ଷିୟ ବୃଦ୍ଧା ଆସି ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ପ୍ରଥମେ ନାବାଳିକା ଜଣଙ୍କ ଏହା ଜାଣିପାରି ନଥିବା ବେଳେ ପରେ ଯେତେବେଳେ ଜାଣିଲେ ଏ ବିଷୟରେ ତାଙ୍କ ମାଙ୍କୁ କହିଥିଲେ। ଯାହା ପରେ ମହିଳା ଜଣଙ୍କ ନାବାଳିକା ଜଣଙ୍କୁ ଘୁଞ୍ଚାଇ ସେଠାରେ ଠିଆ ହୋଇଯାଇଥିଲେ । କିନ୍ତୁ ଏହି ସଂପୂର୍ଣ୍ଣ ଘଟଣାଟିକୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଭିଡ଼ିଓ ପ୍ରସ୍ତୁତ କରିଥିଲେ ଯାହାକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଏହି ଭିଡ଼ିଓ ସହ ସେ ଅନ୍ୟ ସାଧାରଣ ଜନତାଙ୍କୁ ନିଜ ଛୁଆଙ୍କର ଭିଡ଼ ସ୍ଥାନରେ ଧ୍ୟାନ ରଖିବା ପାଇଁ ଉପଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର