ପ୍ରସବ ଯନ୍ତ୍ରଣାର ଶେଷ ସୀମାରେ ଥିଲେ ମହିଳା, ଆନ୍ଦୋଳନ ଛାଡ଼ି ପ୍ରସବ କରାଇବାକୁ ପହଞ୍ଚିଲେ ଡ଼ାକ୍ତର

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଏବେ ମଧ୍ୟ ଡ଼ାକ୍ତରମାନେ ଆନ୍ଦୋଳନରେ ବସି ରହିଛନ୍ତି । କନିଷ୍ଠ ଡ଼ାକ୍ତରଙ୍କୁ ମାଡ଼ ମରାଯିବା ପରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା, ଯାହାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ମାଗିବା ପରେ ଯାଇ ଡ଼ାକ୍ତରମାନେ କାର୍ଯ୍ୟକୁ ଫେରିବେ ବୋଲି ସର୍ତ୍ତ ରଖିଛନ୍ତି । ତେବେ ଗତକାଲି ଡ଼ାକ୍ତରଙ୍କ ଅନୁପସ୍ଥିତି ପାଇଁ ଜଣେ ନବଜାତର ଜୀବନ ଚାଲି ଯାଇଥିବା ବେଳେ ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି ।

ଶୁକ୍ରବାର ଆନ୍ଦୋଳନରେ ବସିଥିବା ଡ଼ାକ୍ତର ଧାରଣା ଛାଡ଼ି ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି । ମହିଳାଙ୍କ ପ୍ରସବ ଯନ୍ତ୍ରଣା ଶେଷ ସୀମାରେ ପହଞ୍ଚିଥିବା ବେଳେ ଡ଼ାକ୍ତରଙ୍କୁ ଏ ନେଇ ସୂଚନା ମିଳିଥିଲା, ଯାହା ପରେ ସେ ତୁରନ୍ତ ଆସି ପ୍ରସବ କରାଇଥିଲେ ।

oneindia.com

ସୂଚନା ମୁତାବକ, ଗତକାଲି ଡ଼ାକ୍ତର ଠିକ୍‌ ସମୟରେ ନ ଆସିବାରୁ ନବଜାତଟି ପ୍ରାଣ ହରାଇଥିଲା । ଜୁନ୍‌ ୧୧ରେ ନବଜାତ ଜନ୍ମ ହେବା ପରେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେଉଥିଲା । ଜୁନ୍‌ ୧୨ରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡ଼ାକ୍ତର ଶିଶୁ ବିଶେଷଜ୍ଞଙ୍କ ପାଖକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ କେହି ବି ଡ଼ାକ୍ତର ନଥିବାରୁ ଶିଶୁକୁ ଡ଼ାକ୍ତରଖାନାରେ ଭର୍ତ୍ତି କରା ଯାଇ ନଥିଲା । ଯାହା ପାଇଁ ଚିକିତ୍ସା ଅଭାବରୁ ଜୁନ୍‌ ୧୩ରେ ଶିଶୁଟି ମୃତ୍ୟୁବରଣ କରିଥିଲା ।

ସମ୍ବନ୍ଧିତ ଖବର