ନଦୀରୁ ଏକ ମାଛ ଉଦ୍ଧାର କରିବା ପରେ ରାତାରାତି ଲକ୍ଷପତି ହୋଇଯାଇଥିବା ବୃଦ୍ଧା କହିଲେ ଏଭଳି କଥା

କୋଲକାତା: ରାତାରାତି ଲକ୍ଷପତି ହେବାରେ ସ୍ବପ୍ନ ଅନେକ ଦେଖି ଥାଆନ୍ତି। କିନ୍ତୁ ଏହା ସମ୍ଭବ ହେବା ବହୁତ କଷ୍ଟକର। ତେବେ ନିକଟରେ ପଶ୍ଚିମବଙ୍ଗର ଜଣେ ଗରିବ ବୃଦ୍ଧା ରାତାରାତି ଲକ୍ଷପତି ହୋଇଯାଇଥିବା ଜଣାପଡ଼ିଛି।

ବୃଦ୍ଧା ମହିଳାଙ୍କ ନାମ ପୁଷ୍ପା । ସେ ପଶ୍ଚିମବଙ୍ଗ ଦକ୍ଷିଣ ସାଗର ଦ୍ବୀପର ଚକପୁତଡୁବି ଗାଁରେ ବସବାସ କରନ୍ତି। ଏହି ଘଟଣାକୁ ନେଇ ପୁଷ୍ପା କହିଛନ୍ତି, ମଙ୍ଗଳବାର ଦିନ ସେ ନଦୀକୁ ମାଛ ଧରିବାକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିରାଟ ମାଛ ଭାସୁଥିବା ଦେଖିବାକୁ ମିଳିଥିଲା । ସେ ସେହି ମାଛକୁ ଗ୍ରାମବାସୀଙ୍କ ସହିତ ମିଶି କୂଳକୁ ଆଣିଥିଲେ। ତେବେ ଏହା ପୂର୍ବରୁ ସେ କେବେ ଏତେ ବଡ ମାଛ ଦେଖି ନଥିଲେ । ବଜାରରେ ଏହି ମାଛକୁ କିଲୋ ପ୍ରତି ୬ ହଜାର ୨୦୦ ଟଙ୍କାରେ ବିକି ସେ ୩ ଲକ୍ଷ ଟଙ୍କା ରୋଜଗାର କରିପାରିଥିଲେ।

ବୃଦ୍ଧା ଧରିଥିବା ମାଛକୁ ପଶ୍ଚିମବଙ୍ଗରେ ‘ଭୋଲା’ ମାଛ ବୋଲି କୁହାଯାଏ । ମାଛ ଧରିବା ପରେ ଗ୍ରାମବାସୀ କହିଥିଲେ ଯେ ଏହି ମାଛ ମୂଲ୍ୟ ବହୁତ ମହଙ୍ଗା ରହିଛି । ଉଦ୍ଧାର ପରେ ମାଛକୁ ବଜାର ଯାଏଁ ନେବା ପାଇଁ ଗ୍ରାମବାସୀ ବୃଦ୍ଧା ପୁଷ୍ପାଙ୍କୁ ସାହାଯ୍ୟ କରିଥିଲେ ।

ଉଦ୍ଧାର ପରେ ମାଛଟି ମରି ଯାଇଥିଲା । ଜଣେ ଗ୍ରାମବାସୀ କହିଥିଲେ ମାଛ ଯଦି ମରି ନଥାନ୍ତା ତାହେଲେ ଏହା ବଜାରରେ ଆହୁରି ଅଧିକ ଟଙ୍କାରେ ବିକ୍ରି ହୋଇଥାଆନ୍ତା ।

ସମ୍ବନ୍ଧିତ ଖବର