ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ବାରାକ୍ପୁର ଲୋକସଭା ଆସନରେ ନିର୍ବାଚନ ଲଢ଼ିଥିବା ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହଙ୍କୁ ଆଜି ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟ ଆଜି ଅର୍ଜୁନ ସିଂହଙ୍କ ଆବେଦନର ଶୁଣାଣି କରି କହିଛନ୍ତି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଅର୍ଜୁନ ସିଂହ ଗିରଫ ହେବେନି କି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନି। ସୁପ୍ରିମକୋର୍ଟରେ ଆଜି ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ବାଧୀନ ଅବକାଶକାଳୀନ ଖଣ୍ଡପୀଠରେ ସିଂହଙ୍କ ଆବେଦନର ଶୁଣାଣି ହୋଇଥିଲା। ସିଂହଙ୍କ ଆଇନଜୀବୀ ଖଣ୍ଡପୀଠଙ୍କୁ ଅବଗତ କରାଇ କହିଥିଲେ ଯେ କେବଳ ମେ’ ମାସରେ ତାଙ୍କ ବିରୋଧରେ ୧୧ଟି ମାମଲା ରୁଜୁ ହୋଇଛି। ଏପ୍ରିଲ ୪ରୁ ମେ’ ୨୦ ତାରିଖ ମଧ୍ୟରେ ସିଂହଙ୍କ ବିରୋଧରେ ୨୦ଟି ମାମଲା ରୁଜୁ ହୋଇଛି ବୋଲି ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା।
ପଶ୍ଚିମବଙ୍ଗ ବିଜେପି ପ୍ରାର୍ଥୀଙ୍କୁ ଆଶ୍ବସ୍ତି:୨୮ ପର୍ଯ୍ୟନ୍ତ ଗିରଫ ହେବେନି
/sambad/media/post_attachments/wp-content/uploads/2019/05/bjp-party-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)