ପଶ୍ଚିମବଂଗ ରାଜନୀତି:ବିଜେପିକୁ ରଥଯାତ୍ରା ଅନୁମତି ଦେଲେନି ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଂଗରେ ବିଜେପିକୁ ରଥଯାତ୍ରା ଅନୁମତି ଦେବା ପାଇଁ ସୁପ୍ରିମ୍‌ କୋର୍ଟ ଆଜି ମନା କରିଦେଇଛନ୍ତି। ଏହି ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ କଡ଼ା ବିରୋଧ କରାଯାଇଥିବାରୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ତେବେ ବିଜେପି ନିଜ ସଭା ଏବଂ ରୢାଲି ପାଇଁ ନୂତନ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଇବା ପାଇଁ କୋର୍ଟ କହିଛନ୍ତି। ସୁପ୍ରିମ୍‌ କୋର୍ଟରେ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ଯୁକ୍ତିରେ କୁହାଯାଇଥିଲା ଯେ ପୁଲିସ ଏବଂ ଗୁଇନ୍ଦା ବିଭାଗ ରିପୋର୍ଟ ଅନୁଯାୟୀ ରଥଯାତ୍ରା ସମୟରେ ବଡ଼ ଧରଣର ଆଇନ ଶୃଙ୍ଖଳା ସମସ୍ୟା ଉପୁଯିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର