ମସ୍କୋ : ପାଶ୍ଚାତ୍ୟ ଦେଶମାନେ ହିଁ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି । କିନ୍ତୁ ଯୁଦ୍ଧରେ ରୁଷକୁ ହରାଇବା ଅସମ୍ଭବ ବୋଲି ସେ ଦାବି କରିଛନ୍ତି ।

Advertisment

ରାଷ୍ଟ୍ରପତି ପୁଟିନ୍ ମଙ୍ଗଳବାର ମସ୍କୋରେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ମାନଙ୍କ ସହ ଆଲୋଚନା ଏବଂ କୂଟନୀତିର ମାର୍ଗକୁ ଆଗକୁ ବଢ଼ାଇବା ପାଇଁ ରୁଷ୍ ପ୍ରସ୍ତୁତ ଅଛି । ସେ ନାଟୋର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ରୁଷର ଶାନ୍ତି ପ୍ରସ୍ତାବ ବଦଳରେ ବିଶ୍ବାସଘାତକତା ହିଁ ମିଳିଛି ।

ନିଜ ଭାଷଣରେ ରୁଷ ରାଷ୍ଟ୍ରପତି ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କୁ ଟାର୍ଗେଟ କରି ଅଭିଯୋଗ କରିଥିଲେ ଯେ ପାଶ୍ଚାତ୍ୟ ଦେଶ ଏକ ସ୍ଥାନୀୟ ସଂଘର୍ଷକୁ ବିଶ୍ୱ ସଂଘର୍ଷରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ରୁଷ ତାହାର ଉଚିତ ଜବାବ ଦେବ । ଆମେ ଆମ ଦେଶର ଅସ୍ତିତ୍ୱ ବିଷୟରେ କହୁଛୁ ବୋଲି ସେ କହିଛନ୍ତି ।

ଗତ ଏକ ବର୍ଷ ଧରି ୟୁକ୍ରେନକୁ ସାମରିକ ସହାୟତା ଯୋଗାଉଥିବା ଦେଶର ନାମ ନ ନେଇ ପୁଟିନ୍ ଆମେରିକାକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନକୁ ଯେତେ ଦୂରଗାମୀ ଅସ୍ତ୍ରଶସ୍ତ୍ର ପଠାଯିବ, ରୁଷ ଏହି ବିପଦକୁ ସେତେ ଦୂରକୁ ଠେଲିଦେବ । ରୁଷ ପର୍ଯ୍ୟାୟକ୍ରମେ ଓ ସତର୍କତାର ସହ ଏବଂ ଶୃଙ୍ଖଳିତ ଭାବରେ ନିଜର ଲକ୍ଷ୍ୟ ହାସଲ କରିବ ।