ପୁଣି ଭାରତୀୟ ପ୍ରାଚୀନ ବିଜ୍ଞାନକୁ ଚୋରୀ କଲେ ପାଶ୍ଚାତ୍ୟ ଦେଶ, ପ୍ରାଣାୟାମକୁ ଡାକ୍ତରୀ ଭାଷାରେ କହୁଛନ୍ତି ‘କାର୍ଡିଆକ କୋହରେନ୍ସ ବ୍ରେଦିଂ’

ଭୁବନେଶ୍ୱର : ହଜାର ହଜାର ବର୍ଷର ଭାରତୀୟ ସନାତନ ସଂସ୍କୃତି ବିଶ୍ୱକୁ ଅନେକ ମହତ୍ୱପୂର୍ଣ୍ଣ ଅବଦାନ ଦେଇଛି । ଗଣିତ, ଦର୍ଶନ ଓ ବିଜ୍ଞାନଠାରୁ ଆରମ୍ଭ କରି ସଂଗୀତ ପର୍ଯ୍ୟନ୍ତ । ବିଶ୍ୱକୁ ଭାରତର ଏକ ମହତ୍ୱପୂର୍ଣ୍ଣ ଅବଦାନ ହେଲା ଆୟୁର୍ବେଦ ଓ ଯୋଗ । କିନ୍ତୁ ଆମେ ଭାରତୀୟମାନେ ନିଜେ ନିଜର ଜ୍ଞାନବିଜ୍ଞାନର ମୂଲ୍ୟ କେବେ ବୁଝି ପାରୁନାହୁଁ । ସେସବୁକୁ ଅନ୍ଧବିଶ୍ୱାସ ବୋଲି କହୁ । ସେହି ବିଦ୍ୟା ଆମେରିକା, ଇଂଲାଣ୍ଡ ପରି ପାଶ୍ଚାତ୍ୟ ଦେଶ ଆମଠାରୁ ନେଇ ତାଙ୍କ ଭାଷାରେ ଆମକୁ ଫେରେଇଲେ ଆମେ ତାହାକୁ ଆନନ୍ଦରେ ସ୍ୱୀକାର କରୁଛୁ । ଆମ ଭାରତର ଯୋଗ ଓ ପ୍ରାଣାୟାମ ଆମେରିକା ଯାଇ ଫେରିବା ପରେ ଆମେ ତାହାକୁ ‘ୟୋଗା’ ବୋଲି କହି ଗ୍ରହଣ କରୁଛୁ ।

 

ଯୋଗର ଏକ ପ୍ରମୁଖ ଅଂଗ ହେଉଛି ପ୍ରାଣାୟାମ । ନିଶ୍ୱାସ ପ୍ରଶ୍ୱାସ ନିୟନ୍ତ୍ରଣ ଦ୍ୱାରା କିପରି ଜୀବନକୁ ନିରୋଗ ଓ ଶୃଙ୍ଖଳିତ କରିହେବ ତାହା ହଜାର ହଜାର ବର୍ଷ ପୂର୍ବେ ଆମ ପୂର୍ବପୁରୁଷମାନେ ଶିଖାଇଦେଇଯାଇଛନ୍ତି । ଏବେ ବିଶ୍ୱର ଏକ ଲୋକପ୍ରିୟ ବିଜ୍ଞାନ ପତ୍ରିକା ‘ଦ ସାଇଣ୍ଟିଫିକ ଆମେରିକାନ’ ପ୍ରାୟଣାୟମର ଶକ୍ତି ସଂପର୍କରେ ଏକ ବିସ୍ତତ ରିପୋର୍ଟ ପ୍ରକାଶ ପାଇଛି । ଡାକ୍ତରୀ ବିଜ୍ଞାନରେ ଏହାର ନାଁ ଦିଆଯାଇଛି ‘କାର୍ଡିଆକ କୋହରେନ୍ସ ବ୍ରେଦିଂ’। ଅବଶ୍ୟ ଏହି ରିପୋର୍ଟରେ ଏହି ବିଦ୍ୟା ପ୍ରାଚୀନ ଭାରତରେ ଜଣା ଥିଲା ଓ ଏହାକୁ ପ୍ରାଣାୟାମ ବୋଲି କୁହାଯାଉଥିଲା ।

ସମ୍ବନ୍ଧିତ ଖବର