ନୂଆଦିଲ୍ଲୀ : ଓଡ଼ିଶାର ସମସ୍ତ ଅଦାଲତମାନଙ୍କରେ କାର୍ଯ୍ୟ ଆରମ୍ଭ ହୋଇଥିବା ତଥା ସମସ୍ତ ଜିଲ୍ଲାର ବାର୍ ଆସୋସିଏସନ୍ ସଦସ୍ୟମାନଙ୍କ ଦ୍ବାରା କୋର୍ଟ କାର୍ଯ୍ୟରେ ଯୋଗ ଦେଇଥିବା ସମ୍ପର୍କିତ ଷ୍ଟାଟସ୍ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ ବିଷୟରେ ଗତ ମାସ ୧୬ ତାରିଖରେ ସୁପ୍ରିମକୋର୍ଟରେ ସେଣ୍ଟ୍ରାଲ ଆକ୍ସନ କମିଟି ଦ୍ବାରା ଅବଗତ କରାଯିବା ପରେ ସୁପ୍ରିମକୋର୍ଟ ବାସ୍ତବରେ ଓକିଲମାନଙ୍କ ଦ୍ବାରା ଆନ୍ଦୋଳନ ପ୍ରତ୍ୟାହାର ହୋଇଛି କି ନାହିଁ ସେ ସମ୍ପର୍କରେ ଓଡ଼ିଶା ହାଇକୋର୍ଟକୁ ଦୁଇ ସପ୍ତାହରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଦ୍ବାରା ଦାଖଲ କରାଯାଇଥିବା ଷ୍ଟାଟସ୍ ରିପୋର୍ଟରେ ରାଜ୍ୟର ୩୦ଟି ଜିଲ୍ଲାର ଅଲାଲଦ ମାନଙ୍କ ଦ୍ବାରା ସ୍ବାଭାବିକ ଭାବେ କାର୍ଯ୍ୟାରମ୍ଭ ହୋଇଥିବାର ଉଲ୍ଲେଖ କରାଯାଇଛି। ଷ୍ଟାଟସ୍ ରିପୋର୍ଟରେ ବରଗଡ଼ ବାର ଆସୋସିଏସନ୍ ଫେବୃଆରୀ ୨୭ରୁ ଫେବୃଆରୀ ୨୯ ପର୍ଯ୍ୟନ୍ତ ତିନି ଦିନ ଧରି ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି କୋର୍ଟ କାର୍ଯ୍ୟରେ ଯୋଗ ଦେଇନଥିବାର କୁହାଯାଇଛି। ବରଗଡ଼ ଜିଲ୍ଲାର ବାର୍ ଆସୋସିଏସନ କିଛି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ବ୍ୟତୀତ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରିବା ସହ ଫେବୃଆରୀ ୨୯ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନଥିଲେ ବୋଲି ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବାର୍ ଆସୋସିଏସନର ସଦସ୍ୟ ପ୍ରତ୍ୟେକ ମାସର ଶେଷ ୪ଟି କାର୍ଯ୍ୟ ଦିବସରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଧାରଣା ଓ ସତ୍ୟାଗ୍ରହରେ ବସିଥିଲେ। ସେହିଭଳି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବାର୍ ଆସୋସିଏନର ସଦସ୍ୟମାନେ ପ୍ରତ୍ୟକ ମାସର ଶେଷ ଦୁଇଟି ଦିନ ହାଇକୋର୍ଟର ସ୍ଥାୟୀ ବେଞ୍ଜ ପ୍ରତିଷ୍ଠା ଦାବି ତଥା ବୁଗୁଡ଼ାରେ ସିଭିଲ ଜର୍ଜ କୋର୍ଟ ସ୍ଥାପନା ଦାବିରେ ସତ୍ୟାଗ୍ରହ ଓ ଧାରଣାରତ ଥିବାର ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଷ୍ଟାଟସ ରିପୋର୍ଟରେ ରାଉରକେଲା ବାର୍ ଆସୋସିଏସନ ଦ୍ବାରା ପ୍ରତ୍ୟେକ ମାସର ଶେଷ ୩ କାର୍ଯ୍ୟ ଦିବସରେ ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ପାଇଁ କାର୍ଯ୍ୟବନ୍ଦ କରାଯାଇଥିଲା। ସୁନ୍ଦରଗଡ଼ର ଜିଲ୍ଲା ଜଜ୍ ଙ୍କ ମାର୍ଚ୍ଚ ୧୮, ୨୦୨୦ର ରିପୋର୍ଟ ଅନୁସାରେ ରାଉରକେଲାର ବାର୍ ଆସୋସିଏସନ୍ ଫେବୃଆରୀ ୨୫ରେ ଗୋଟିଏ ପ୍ରସ୍ତାବ ଅନ୍ତର୍ଗତ କୋର୍ଟ କାର୍ଯ୍ୟରେ ମାର୍ଚ୍ଚ ୧ରୁ ଯୋଗଦେବାକୁ ନେଇ ନିଷ୍ପତି ନେଇଥିଲା ବୋଲି ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟଙ୍କ ଦ୍ବାରା ଦାଖଲ କରାଯାଇଥିବା ଷ୍ଟାଟସ୍ ରିପୋର୍ଟ ଉପରେ ମାର୍ଚ୍ଚ ୨୩ରେ ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କିଷନ କୌଲ ଓ ବିଚାରପତି କେ ଏମ ଯୋଶେଫ୍ ଙ୍କ ଖଣ୍ଡପୀଠ ଶୁଣାଣି କରିବାର ସମ୍ଭାବନା ରହିଛି।
ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନ ମାମଲା : ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ
/sambad/media/post_attachments/wp-content/uploads/2019/10/SUPREMECOURT.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)