ନୂଆଦିଲ୍ଲୀ:ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରି ପଶ୍ଚିମ ରେଳବାଇ ପକ୍ଷରୁ ମହାରାଷ୍ଟ୍ର,ଗୁଜୁରାଟ ଓ ମଧ୍ୟ ପ୍ରଦେଶର ସମସ୍ତ ରେଳଷ୍ଟେସନରେ ସତର୍କ ସୂଚନା ଜାରି କରାଯାଇଛି। ଏହି ତିନି ରାଜ୍ୟରେ ଥିବା ସବୁ ରେଳଷ୍ଟେସନରେ ହାଇଆଲର୍ଟ ଜାରି କରାଯିବା ସହିତ ରେଳବାଇ ସୁରକ୍ଷା କୁ ମଧ୍ୟ କଡାକଡି କରାଯାଇଛି। ଦୂରଗାମୀ ଏକ୍ସପ୍ରେସ ଟ୍ରେନ ଉପରେ ଅଧିକ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି। ବିଶେଷ କରି ଜମ୍ମୁରୁ ଆସୁଥିବା ଏବଂ ଜମ୍ମୁରୁ ଯାଉଥିବା ଟ୍ରେନ ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପଶ୍ଚିମ ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର ଭାଖଡ କହିଛନ୍ତି ଯେ ନିରାପତ୍ତା ଆଲର୍ଟକୁ ଆଖି ଆଗରେ ରଖି ମୁମ୍ବାଇ ଜିଆରପିର ଅଧିକାରୀମାନଙ୍କର ଜିଆରପି କମିଶନରଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଟ୍ରେନଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବାକୁ ଓ ସୁରକ୍ଷା ପାଇଁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟରେବିଭିନ୍ନ ରାଜ୍ୟର ସିଟି ପୁଲିସ ମଧ୍ୟ ରେଳବାଇକୁ ସହଯୋଗ କରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/railway.jpg)