ମୁମ୍ବାଇ : ନିୟମର ଅବମାନନା ହେଉଥିବା ଦେଖି ଏବେ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମୃତ୍ୟୁର ଭଗବାନ ଯମରାଜ । ଯାତାୟତ ସମୟରେ ସୁରକ୍ଷିତ ରହିବା ପାଇଁ ଅନେକ ନିୟମ ତିଆରି କରାଯାଇଥିଲେ ମଧ୍ୟ ଲୋକେ ଏହାକୁ ପାଳନ କରୁ ନ ଥିବା ଦେଖାଯାଉଛି । ଯାହା ପାଇଁ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏଭଳି ପରିସ୍ଥିତି ଦେଖି ଏବେ ଯମରାଜ ନିଜେ ପୃଥିବୀକୁ ଓହ୍ଲାଇଛନ୍ତି । ତେବେ ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଯମରାଜ କିଭଳି ଧରାପୃଷ୍ଠକୁ ଆସିଲେ, ସେ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ।
ତେବେ ଏଭଳି ଦୃଶ୍ୟ ମୁମ୍ବାଇରେ ଦେଖିବାକୁ ମିଳିଥିଲା । ରେଳ ଧାରଣାରୁ ଯମରାଜ ଯାତ୍ରୀଙ୍କୁ ଉଠାଇ ସୁରକ୍ଷିତ ଭାବେ ଉପରକୁ ଆଣୁଥିବା ଦେଖାଯାଇଥିଲା । ପ୍ରଥମେ ଘଟଣାଟି କେହି ବୁଝି ପାରି ନ ଥିବା ବେଳେ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।
अनाधिकृत रूप से पटरी पार ना करें, यह जानलेवा हो सकता है ।
अगर आप अनाधिकृत तरीक़े से पटरी को पार करते हैं तो सामने यमराज खड़े हैं ।
मुंबई में पश्चिम रेलवे द्वारा आरपीएफ के साथ मिलकर ‘यमराज’ के कैरेक्टर के माध्यम से लोगों को जागरूक किया जा रहा है। pic.twitter.com/UM5O5OYQIR
— Ministry of Railways (@RailMinIndia) November 7, 2019
ସୂଚନା ମୁତାବକ, ଟ୍ରେନ୍ରେ ଯାତ୍ରା କରୁଥିବା ଲୋକେ ଏବଂ ଫାଟକବିହୀନ ରେଳ ଧାରଣା ପାର୍ କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ପଶ୍ଚିମ ରେଳବାଇ ପକ୍ଷରୁ ଜଣେ ଆର୍ପିଏଫ୍ ଯବାନଙ୍କୁ ଯମରାଜଙ୍କ ବେଶ କରାଯାଇ ରେଳ ଷ୍ଟେସନକୁ ଛଡ଼ା ଯାଇଥିଲା । ଯବାନଜଣଙ୍କ ଟ୍ରେନରେ ଯାତ୍ରା କରିବା ସମୟରେ କିଭଳି ସଚେତନ ରହିବା ଦରକାର ଏବଂ ରେଳ ଧାରଣାକୁ ପାର୍ କରିବା ସମୟରେ ରହିଥିବା ବିପଦ ବିଷୟରେ ଯାତ୍ରୀଙ୍କୁ ଜଣାଇଥିଲେ । ମୁମ୍ବାଇରେ ଥିବା କିଛି ଜନଗହଳିପୂର୍ଣ୍ଣ ରେଳ ଷ୍ଟେସନକୁ ଯାଇ ଯବାନଜଣଙ୍କ ଲୋକଙ୍କୁ ସଚେତନ କରାଇଥିଲେ । ରେଳ ମନ୍ତ୍ରାଳୟ ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ଯମବେଶୀ ଯବାନ ଯାତ୍ରୀଙ୍କୁ ଉଠାଇ ସୁରକ୍ଷିତ ସ୍ଥାନକୁ ଆଣୁଥିବାର ଦେଖାଯାଇଛି ।