ବୋମା ପକାଇ ସମଗ୍ର ଆମେରିକାକୁ ଉଡ଼ାଇ ଦେବୁ: ଉତ୍ତର କୋରିଆ

ନୂଆଦିଲ୍ଲୀ: ସେମାନଙ୍କର ଆଣବିକ ରାଷ୍ଟ୍ର ହେବାର ଲକ୍ଷ୍ୟ ପୂରଣ ହୋଇଛି। ସେମାନେ ବୋମା ପକାଇ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାକୁ ଧ୍ୱଂସ କରି ପାରିବେ। କେତେ ଘଣ୍ଟା ତଳେ ଅନ୍ୟ ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ ଉତ୍ତର କୋରିଆ ଏମିତି ଘୋଷଣା କରିଛି।

କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ସରିବା ପରେ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ନେତା କିମ୍‌ ଜୋଙ୍ଗ୍‌-ଉନ୍‌ କହିଛନ୍ତି: ଦେଶର ଆଣବିକ ଶକ୍ତିକୁ ପୂର୍ଣ୍ଣାଙ୍ଗ କରିବାର ଐତିହାସିକ ଲକ୍ଷ୍ୟ ହାସଲ କରିଛୁ। ତାଙ୍କର ଉକ୍ତିକୁ ପୟୋଗ୍ୟାଙ୍ଗ୍‌ର ରାଷ୍ଟ୍ରାୟାତ ଖବର ସରବରାହ ସଂସ୍ଥା କେସିଏନ୍‌ଏ ଉଦ୍ଧାର କରିଛି।
ପୂର୍ବରୁ ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି ବୋଲି କହି ଉତ୍ତର କୋରିଆ ବିଶ୍ୱରେ ଉତ୍ତେଜନା ସୃଷ୍ଟି କରିଥିଲା। ଆଜିର ପରୀକ୍ଷା କରାଯାଇଥିବା କ୍ଷେପଣାସ୍ତ୍ରଟି ସମୁଦାୟ ଆମେରିକାକୁ ଧ୍ୱଂସ କରିଦେବ ବୋଲି କେତେକ ବିଶେଷଜ୍ଞ କହୁଛନ୍ତି।

ଏହାର ନାଁ ‘ହ୍ଵାସଙ୍ଗ୍‌-୧୫’। ଆଇସିବିଏମ୍‌ କ୍ଷେପଣାସ୍ତ୍ର ମଧ୍ୟରେ ଏହା ସର୍ବଶ୍ରେଷ୍ଠ। ଏହା ଖୁବ୍‌ ବଡ଼ ଏବଂ ଓଜନିଆ ଆଣବିକ ଅସ୍ତ୍ର ନେଇ ସମଗ୍ର ଆମେରିକା ମେନ୍‌ଲାଣ୍ଡ୍‌ ଉପରେ ପକାଇ ପାରିବ।

ସମ୍ବନ୍ଧିତ ଖବର