ନୂଆଦିଲ୍ଲୀ: ଗତ ମାସରେ ୱାଲମାର୍ଟ ଷ୍ଟୋର୍ର ବେକେରି ବିଭାଗର ଏକ ଓଭେନ ଭିତରୁ ମିଳିଥିବା ମୃତଦେହକୁ ନେଇ କାନାଡା ପୁଲିସ ତଦନ୍ତ ଶେଷ କରିଛି। ମୃତଦେହଟି ଥିଲା ଭାରତୀୟ ବଂଶୋଦ୍ଭବ ଗୁରୁସିମ୍ରନ୍ କୌର୍ଙ୍କର।
ପୁଲିସ୍ ତଦନ୍ତ ଶେଷ କରିବା ପରେ ଏକ ବିବୃତି ଜାରି କରି କହିଛି ମୃତ୍ୟୁ ସନ୍ଦେହଜନକ ନୁହେଁ। କାହା ଦ୍ବାରା ହତ୍ୟା କରାଯାଇଛି ବୋଲି ଏଯାଏ କୌଣସି ପ୍ରମାଣ ମିଳିପାରିନାହିଁ।
ଗତ ଅକ୍ଟୋବର ୧୯ ତାରିଖରେ ହଲିଫାକ୍ସ ଅଞ୍ଚଳରେ ଥିବା ଏକ ସୁପରଷ୍ଟୋର ଭିତରୁ ୧୯ ବର୍ଷୀୟା ମହିଳାଙ୍କ ମୃତଦେହ ମିଳିଥଲା। ଖବର ଅନୁଯାୟୀ, ଗତ ଦୁଇ ବର୍ଷ ଧରି ସେ ଦୋକାନରେ କାମ କରୁଥିଲେ।
ହଲିଫାକ୍ସ ଆଞ୍ଚଳିକ ପୁଲିସର ଜନ ସୂଚନା ଅଧିକାରୀ ମାର୍ଟିନ କ୍ରୋମୱେଲ କହିଛନ୍ତି ଯେ "ଆମେ ବୁଝିପାରୁଛି ଯେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ସମୟ ଲାଗୁଛି। ଅନୁସନ୍ଧାନର ଏକ ଅଂଶ ଭାବରେ ଆମେ ଅନେକ ଭିଡିଓ ଫୁଟେଜ୍ ସମୀକ୍ଷା କରିଥିଲୁ।’’
ଗତ ମାସରେ, ହଲିଫାକ୍ସ ପୁଲିସ କହିଛି ଯେ ତଦନ୍ତ ଜଟିଳ ଏବଂ ଏଥିରେ ଅନେକ ସହଭାଗୀ ଏଜେନ୍ସି ଜଡିତ ଅଛନ୍ତି। ଖବର ଅନୁଯାୟୀ, ଗୁରୁସିମ୍ରାନ୍ କୌର ତାଙ୍କ ମାଙ୍କ ସହ ଦୁଇ ବର୍ଷ ୱାଲମାର୍ଟରେ କାମ କରୁଥିଲେ। ତାଙ୍କ ପିତା ଏବଂ ଭାଇ ଭାରତରେ ରୁହନ୍ତି। ଦତନେ ହଠାତ ମହିଳାଙ୍କ ମୃତଦେହ ଏକ ଓଭେନ ଭିତରୁ ବାହାରିଲା। ତା’ପରେ ଏହି ମାମଲାକୁ ନେଇ ତଦନ୍ତ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/19/yX25m8hT5HS1QyT2abEB.jpg)