ରବୀନ୍ଦ୍ର ଜାଦେଜାଙ୍କ ପତ୍ନୀଙ୍କୁ ମାଡ଼ ମାରିବା ପରେ କଣ ହେଲା କନଷ୍ଟେବଳଙ୍କ ଅବସ୍ଥା

ଜାମନଗର: କ୍ରିକେଟର ରବୀନ୍ଦ୍ର ଜାଦେଜାଙ୍କ ପତ୍ନୀ ରିଭା (ସୋଲାଙ୍କି)ଜାଦେଜାଙ୍କୁ ଆକ୍ରମଣ କରିବା ଜାମନଗରର ଜଣେ ପୁଲିସ କନେଷ୍ଟବଳଙ୍କୁ ବେଶ ମହଙ୍ଗା ପଡ଼ିଛି। ଆଇନର ରକ୍ଷକ ହୋଇ ଆଇନ ଉଲଂଘନ କରି ଜଣେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଛନ୍ତି। ତୁରନ୍ତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ କୁହାଯିବା ସହିତ ଘଟଣାର ଅଗ୍ରଗତି ସମ୍ପର୍କରେ ପିଏମଓଙ୍କୁ ଅବଗତ କରିବା ପାଇଁ ସ୍ଥାନୀୟ ବିଧାୟକ ଧମେନ୍ଦ୍ରର୍ଶୀ ଜାଦେଜାଙ୍କୁୁ କୁହାଯାଇଛିି। ସେହିପରି ସିଏମଓଙ୍କ କାର୍ଯ୍ୟାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପଦାନ ପାଇଁ ଏସପିଙ୍କୁ କୁହାଯିବା ପରେ ଅଭିଯୁକ୍ତ କନଷ୍ଟେବଳଙ୍କୁ ଗିରଫ କରାଯିବା ସହିତ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।
ସୂଚନାଯୋଗ୍ୟ ଯେ ସୋମବାର ସକାଳେ ରିଭା କୌଣସି କାମରେ ସହର ଭିତରକୁ ଯାଉଥିଲା ବେଳେ ତାଙ୍କ କାର ସଂଜୟ ଆହିର ନାମକ ଏହି କନେଷ୍ଟବଳଙ୍କ ବାଇକକୁ ଧକ୍କା ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଆହିର ତାଙ୍କୁ ଆକ୍ରମଣ କରିଥିଲେ। ରିଭା କାର୍‌ ରୋକିବା କ୍ଷଣି ସେ ତାଙ୍କୁ ଗାଳିଗୁଲଜ କରିବା ସହ ଠେଲା ପେଲା ମଧ୍ୟ କରିଥିଲେ। ଏଥିରେ ରିଭା ଆହତ ହୋଇଥିଲେ। ଜାମନଗର ଆରକ୍ଷୀ ଅଧିକ୍ଷକ ପ୍ରଦୀପ ସେଜୁଆଲ କହିଛନ୍ତି ଯେ କନଷ୍ଟେବଳ ସଞ୍ଜୟ ଆହିରଙ୍କ ବିରୋଧରେ ତଦନ୍ତ କରାଯିବା ପରେ ଗିରଫ କରାଯାଇ ତାଙ୍କୁ ନିଳମ୍ବନ କରାଯାଇଛି।
ଏହି ଘଟଣା ସମୟରେ ରିଭାଙ୍କ ମା’ ପ୍ରଫୁଲ୍ଲବା ମଧ୍ୟ ମଧ୍ୟ କାର ଭିତରେ ଥିଲେ। ତାଙ୍କୁ ମଧ୍ୟ ଆହିର ଅସମ୍ମାନ କରିଥିବା ଜଣା ପଡ଼ିଛି।ରିଭାଙ୍କୁ ପୁଲିସ କନଷ୍ଟେବଳ ଜଣକ ଚାପୁଡ଼ା ମାରିଥିବା ପଫୁଲ୍ଲବା କହିଛନ୍ତି। ରିଭା ମାମଲା ଦାୟର କରିବା ପରେ ପୁଲିସ ସଂଧ୍ୟାରେ ଆହିରଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ନିଲମ୍ବନ କରାଯିବା ସହ ଆଇନଗତ ଓ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନିଆଯାଇଛି।

ସମ୍ବନ୍ଧିତ ଖବର