ବେଜିଂ: ଋଷିଆର ୟୁକ୍ରେନ୍ ଉପରେ ଆକ୍ରମଣକୁ ଚୀନ୍ ‘ଆକ୍ରମଣ’ କହିବାକୁ ମନା କରି ଦେଇଛି। ଅର୍ଥାତ୍ ଚୀନ୍ ଅନୁସାରେ ଋଷିଆ ୟୁକ୍ରେନ୍ ଉପରେ କୌଣସି ଆକ୍ରମଣ କରିନାହିଁ। ଚୀନ୍ ଗୁରୁବାର ଦିନ ଋଷିଆର ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛି। ଦୁଇ ଦେଶ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଉଚିତ। ଋଷିଆର ସହଯୋଗୀ ଚୀନ୍ ୟୁକ୍ରେନ୍ ବିଷୟରେ ଜଡିତ ସମସ୍ତ ପକ୍ଷଙ୍କୁ ସଂଯମ ରକ୍ଷା କରିବାକୁ ଓ ଉତ୍ତେଜନା ବଢିବା ଭଳି କୌଣସି ପଦକ୍ଷେପ ନନେବା ପାଇଁ କହିଛି।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଚୀନ୍ ଏହି ପ୍ରଶ୍ନକୁ ଆଡେଇ ଦେଇଥିଲା ଯେ ଗୁରୁବାର ସକାଳେ ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣ ଏକ ‘ଆକ୍ରମଣ’ ଥିଲା। ଏହି ପ୍ରଶ୍ନର ଉତ୍ତରରେ ଚୀନ୍ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନୟିଂଗ୍ କହିଥିଲେ, ଏହି ମାମଲାର ଚେର ଅତୀତ ଓ ବର୍ତ୍ତମାନ ସ୍ଥିତିର କାରଣରେ ନିହିତ ଅଛି। ଚୀନ୍, ୟୁକ୍ରେନ୍ ପରିସ୍ଥିତି ଉପରେ ନଜର ରଖିଛି। ସଂଯୁକ୍ତ ରାଷ୍ଟ୍ରର ଉଦ୍ଦେଶ୍ୟ ଓ ସିଦ୍ଧାନ୍ତକୁ ମିଳିତ ଭାବେ ଅକ୍ଷୁଣ୍ଣ ରଖାଯିବା ଉଚିତ। ଆମେ ବର୍ତ୍ତମାନ ବି ଆଶା କରୁଛୁ କି ସମସ୍ତ ପକ୍ଷ ଶାନ୍ତିର ରାସ୍ତା ବନ୍ଦ କରିବେ ନାହିଁ ଓ କଥାବାର୍ତ୍ତା, ପରାମର୍ଶରେ ସାମିଲ ହେବେ ଏବଂ ସ୍ଥିତିକୁ ଆଗକୁ ବଢିବାରୁ ରୋକିବାରେ ସହାୟକ ହେବେ। ବର୍ତ୍ତମାନ ସ୍ଥିତିରେ ତୀବ୍ର ସଂଘର୍ଷରୁ ବର୍ତ୍ତିବା ପାଇଁ ଚୀନ୍ ନିଜ ତରଫରୁ ଶାନ୍ତି ଓ ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ ଚାଲୁ ରଖିବ।
ଚୀନ୍ ନିକଟରେ ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ସ୍ଥିତି ବିଗିଡିବା ପାଇଁ ପାଇଁ ଆମେରିକା ଓ ଏହାର ସହଯୋଗୀ ପଶ୍ଚିମ ଦେଶମାନଙ୍କୁ ଦୋଷୀ ବିବେଚନା କରିଥିଲା । ଚୀନ୍ ବୁଧବାର ଦିନ କହିଥିଲା, ଆମେରିକା ଘିଅରେ ନିଆଁ ଢାଳୁଛି। ଚୀନ୍, ପୂର୍ବରୁ ହିଁ ଋଷିଆ ଉପରେ ପଶ୍ଚିମ ଦେଶଗୁଡିକ ଦ୍ଵାରା ଲଗାଯାଇଥିବା ପ୍ରତିବନ୍ଧକଗୁଡିକର କଡା ସମାଲୋଚନା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/B3.jpg)