ଲଣ୍ଡନ :  କରୋନା ଭୁତାଣୁର ନୂଆ ପ୍ରଜାତି ଓମିକ୍ରନ ଏବେ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଚାଲିଛି । ଏହାକୁ କରୋନାର ସବୁଠାରୁ ସଂକ୍ରାମକ ପ୍ରଜାତି ବୋଲି କୁହାଯାଉଛି । ତେବେ ଏହା ଡେଲଟାତୁଳନାରେ କମ ଘାତକ ବୋଲି କୁହାଯ଼ାଉଛି । କିନ୍ତୁ ଯ଼ଦି ଓମିକ୍ରନର ସଂକ୍ରାମକତା ଡେଲଟାର ଘାତକ ପ୍ରକୃତି ସହ ମିଶିଯାଏ ତେବେ କଣ ହେବ ?

Advertisment

ଏହା ହିଁ ବୈଜ୍ଞାନିକମାନଙ୍କ ଚିନ୍ତାର କାରଣ ହୋଇଛି ।ଏହି ମିଶ୍ରିତ ପ୍ରଜାତିକୁ ଡେଲମିକ୍ରନ ବୋଲି କୁହାଯାଉଛି ।  ଆମେରିକା ଓ ଯୁରୋପରେ ବର୍ତ୍ତମାନ ଦେଖାଯାଉଥିବା ଲହର ପଛରେ ଡେଲମିକ୍ରନ ରହିଥିବା ସଂଦେହ କରାଯାଉଛି । ଏହି ସଂଦେହ ଯଦି ସତ ହୁଏ ତେବେ ଆଗକୁ ବଡ଼ ବିପଦ ଆସୁଛି ବୋଲି କୁହାଯାରେ ।

ଏବେ ଆମେରିକା, ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶରେ ଦୈନିକ ସଂକ୍ରମଣ ଚିନ୍ତାଜନକଭାବେ ବଢିଚାଲିଛି । ଏହା ପଛରେ ଓମିକ୍ରନ ଥିବା କୁହାଯାଉଛି । ତେବେ ଓମିକ୍ରନ ଦ୍ରୁତଗତିରେ ମାଡ଼ିଚାଲିଥିଲେ ବି କମ ସଂଖ୍ୟକ ରୋଗୀ  ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ଓ ଗୁରୁତର ରୋଗୀଙ୍କ ସଂଖ୍ୟା ଆହୁରି କମ । ଓମିକ୍ରନ ରୋଗୀଙ୍କଠାରେ କମ ଲକ୍ଷଣ ଦେଖାଦେଉଛି । ଅନ୍ୟପକ୍ଷରେ ଡେଲଟାର ଲକ୍ଷଣ ହେଉଛି କାଶ,ସ୍ବାଦ ଚାଲିଯ଼ିବା, ନିଶ୍ବାସ ନେବାରେ କଷ୍ଟ ଇତ୍ୟାଦି । ଏଣୁ ଡେଲମିକ୍ରନ ସଂକ୍ରମିତଙ୍କଠାରେ ଏସବୁ ଲକ୍ଷଣ ଦେଖାଯିବା ସହ ଅନ୍ୟମାନେ ଦ୍ରୁତ ଗତିରେ ସଂକ୍ରମିତ ହେବେ ।

ଫାର୍ମା କମ୍ପାନି ମଡର୍ଣ୍ଣାର ମୁଖ୍ୟ ଡାକ୍ତରୀ ଅଧିକାରୀ ଡ.ପଲ ବର୍ଟନ କହିଛନ୍ତି ଯେ, ଯଦି ଜଣକୁ ଗୋଟିଏ ସମୟରେ ଓମିକ୍ରନ ଓ ଡେଲଟା ଆକ୍ରାନ୍ତ କରେ ତେବେ ସୁପର ଭାରିଆଣ୍ଟ ଡେଲମିକ୍ରନ ସୃଷ୍ଟି ହେବ ।