ଦିଲ୍ଲୀ ଭୋଟ ହାର ଘୋଷଣା ବିଳମ୍ବ ହେବା ନେଇ ଆପର ସଂଦେହ, ଷଡ଼ଯନ୍ତ୍ର ଅଭିଯୋଗ କଲା ଦଳ

ନୂଆଦିଲ୍ଲୀ : ଦିଲ୍ଲୀରେ ଶନିବାରଦିନ ହୋଇଥିବା ଭୋଟଗ୍ରହଣରେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଭୋଟ ପ୍ରତିଶତ ଘୋଷଣା କରିନଥିବାରୁ ତାହାକୁ ନେଇ ଆମ ଆଦମି ପାର୍ଟି (ଆପ) ସଂଦେହ ପ୍ରକଟ କରିଛି । ଭିତରେ ଭିତରେ କିଛି ଷଡ଼ଯନ୍ତ୍ର ଚାଲୁଥିବା ଆପ ପକ୍ଷରୁ ଅଭିଯୋଗ କରାଯାଇଛି ।
ଆପ ନେତା ତଥା ରାଜ୍ୟସଭା ସଦସ୍ୟ ସଂଜୟ ସିଂ କହିଛନ୍ତି ଯେ ଗତ କାଲିଠାରୁ ଭୋଟଗ୍ରହଣ ଶେଷ ହୋଇଥିବାବେଳେ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ପକ୍ଷରୁ ଚୂଡ଼ାନ୍ତ ଭୋଟ ହାର ସଂପର୍କରେ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । ନିର୍ବାଚନ ଆୟୋଗ ଯଥାଶୀଘ୍ର ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଭୋଟ ହାର ଘୋଷଣା କରୁ । ଏତେ ବିଳମ୍ବ ହେବାର କାରଣ ମଧ୍ୟ ଦର୍ଶାଉ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ତେବେ ନିର୍ବାଚନ ଆୟୋଗର ଆପରେ ଭୋଟ ପ୍ରତିଶତ ୬୧.୪୩ ପ୍ରତିଶତ କୁହାଯାଇଛି ।

 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଭୋଟ ଶେଷ ହେବାର କିଛି ଘଣ୍ଟା ବିତିଯାଇଥିଲେ ମଧ୍ୟ ନିର୍ବାଚନ ଆୟୋଗ ଭୋଟହାର ରିପୋର୍ଟ ପ୍ରକାଶ ନ କରିବା ବେଶ ଆଶ୍ଚର୍ଯ୍ୟର ବିଷୟ ।
ତେବେ ଏ ସଂପର୍କରେ ନିର୍ବାଚନ ଆୟୋଗ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ । ସାଧାରଣତଃ ଭୋଟଗ୍ରହଣ ଶେଷହେବାର କିଛି ଘଣ୍ଟା ମଧ୍ୟରେ ଭୋଟ ପ୍ରତିଶତ ଘୋଷଣା କରାଯାଇଥାଏ ।

ସମ୍ବନ୍ଧିତ ଖବର