ଆପଣ ବି ଚାହିଁଲେ ହୋଇପାରିବେ ରାଷ୍ଟ୍ରପତି, କିନ୍ତୁ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଜୁଲାଇ ୧୮ରେ ଭୋଟ୍ ଗ୍ରହଣ ଓ ୨୧ ଜୁଲାଇରେ ଫଳାଫଳ ଘୋଷଣା ହେବାନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଘୋଷଣା କରିଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଥିବା ବେଳେ ଭାରତକୁ ନୂଆ ରାଷ୍ଟ୍ରପତି ଦେବା ପାଇଁ ମତଦାନ ହେବ। ସେଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ରାଷ୍ଟ୍ରପତି ନିର୍ବାଚନ କିପରି ହୁଏ ଏବଂ ଭାରତର ରାଷ୍ଟ୍ରପତି ହେବା ପାଇଁ କ’ଣ ଯୋଗ୍ୟତା ରହିଥାଏ, ତାହା ଆପଣ ଜାଣନ୍ତି କି? ଜଣେ ସାଧାରଣ ନାଗରିକ ଚାହିଁଲେ ବି ରାଷ୍ଟ୍ରପତି ହୋଇପାରିବେ। ହେଲେ ଏଥିପାଇଁ ସେମାନଙ୍କ ପାଖରେ କିଛି ଯୋଗ୍ୟତା ରହିବା ଜରୁରୀ। ଆସନ୍ତୁ ଜାଣିବା ସେ ବିଷୟରେ…

ସମ୍ବିଧାନର ଧାରା ୫୮ରେ ଦେଶର ସର୍ବୋଚ୍ଚ ପଦ ପାଇଁ ଯୋଗ୍ୟତା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି। ଏହାର ପ୍ରଥମ ସର୍ତ୍ତ ହେଉଛି ବ୍ୟକ୍ତିଜଣକ ଭାରତର ନାଗରିକ ହୋଇଥିବା ଆବଶ୍ୟକ । ଦ୍ୱିତୀୟ ସର୍ତ୍ତ ହେଉଛି ସେ ୩୫ ବର୍ଷ ବୟସରୁ ଅଧିକ ହୋଇଥିବେ । ବ୍ୟକ୍ତି ଜଣକ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହେବା ଲାଗି ଯୋଗ୍ୟ ହେବା ଜରୁରୀ । ଚତୁର୍ଥ ସର୍ତ୍ତ ହେଉଛି ସେ କୌଣସି ଲାଭପ୍ରଦତ୍ତ ପଦବୀରେ ନଥିବେ । ଯଦି ଆପଣ ଭାରତ ସରକାରଙ୍କ ଅଧିନରେ କୌଣସି ଲାଭଜନକ ପଦବୀରେ ଥିବେ, ତେବେ ଆପଣ ରାଷ୍ଟ୍ରପତି ହୋଇପାରିବେ ନାହିଁ।

livehindustan

ଏବେ ବି ବାଲାଟ୍ ପେପରରେ ହେଉଛି ନିର୍ବଚନ

ବର୍ତ୍ତମାନ ଦେଶରେ ବଡ଼ ବଡ଼ ନିର୍ବାଚନ ଇଭିଏମ୍ ମେସିନରେ ହେଉଥିବା ବେଳେ ରାଷ୍ଟ୍ରପତି ନିର୍ବାଚନ କିନ୍ତୁ ବାଲାଟ୍ ପେପର୍ ଦ୍ୱାରା ହେଉଛି । ଏହି ଭୋଟ୍ ସମ୍ପୂର୍ଣ୍ଣ ଗୁପ୍ତ ଭାବେ ହୋଇଥାଏ । ସମ୍ବିଧାନର ଧାରା ୫୪-୫୯ ରେ ଦିଆଯାଇଥିବା ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରପତିଙ୍କ ନିର୍ବାଚନ ଅନୁଷ୍ଠିତ ହୁଏ।

ରାଷ୍ଟ୍ରପତି ପଦ ଦେଶର ସର୍ବୋଚ୍ଚ ପଦ ହୋଇଥାଏ । ସେ ଦେଶର ସାମ୍ବିଧାନିକ ମୁଖ୍ୟ ହୋଇଥାନ୍ତି । ଏପରି ଅନେକ କ୍ଷମତା ଅଛି ଯାହା କେବଳ ଦେଶର ରାଷ୍ଟ୍ରପତିଙ୍କ ପାଖରେ ଅଛି। ସେଗୁଡ଼ିକ ହେଲା କୌଣସି ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ବିନା ପ୍ରଣୟନ ହୋଇପାରିବ ନାହିଁ । ରାଷ୍ଟ୍ରପତି ମଧ୍ୟ କାହାର ମୃତ୍ୟୁଦଣ୍ଡକୁ କ୍ଷମା କରି ଦଣ୍ଡକୁ କୋହଳ କରିପାରିବେ । କେବଳ ରାଷ୍ଟ୍ରପତିଙ୍କ ପାଖର ହିଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର କ୍ଷମତା ଅଛି ।

ସମ୍ବନ୍ଧିତ ଖବର