ନୂଆଦିଲ୍ଲୀ: ଭାରତରେ ‘ହାଭାନା ସିଣ୍ଡ୍ରୋମ୍’ ରୋଗର ସମ୍ଭାବ୍ୟ ଅସ୍ତିତ୍ବକୁ ଖୋଜି ବାହାର କରିବା ଲାଗି କେନ୍ଦ୍ର ସରକାର ବଦ୍ଧପରିକର ହୋଇଛନ୍ତି ବୋଲି ‘ଡିଏନଏ’ ରିପୋର୍ଟ କରିଛି। ଗତ ସଂକ୍ରାନ୍ତରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି। ଦେଶରେ ଏହି ରହସ୍ୟମୟ ରୋଗର ଅନୁସନ୍ଧାନ କରିବା ଲାଗି ଉକ୍ତ ପିଟିସନ୍ରେ ଅନୁରୋଧ କରାଯାଇଛି।
ଅଭିଯୋଗକାରୀ ବେଙ୍ଗାଲୁରୁବାସୀ ଏ. ଅମରନାଥ ଚାଗୁ ଅନୁରୋଧ କରିଛନ୍ତି ଯେ, ଭାରତରେ ଏହି ରୋଗର ଉପସ୍ଥିତି ସଂକ୍ରାନ୍ତରେ ସାମଗ୍ରିକଭାବେ ତଦନ୍ତ କରାଯାଇ ଏହାର ସତର୍କତାମୂଳକ ପଦକ୍ଷେପ ସବୁ ଲାଗୁ କରାଯିବା ଉଚିତ ଏବଂ ଏହି ତଦନ୍ତ ୩ ମାସ ଭିତରେ ଶେଷ କରାଯିବା ଉଚିତ।
/sambad/media/post_attachments/wp-content/uploads/2023/08/brain.jpg)
ସୂଚନାଯୋଗ୍ୟ, ‘ହାଭାନା ସିଣ୍ଡ୍ରୋମ୍’ ହେଉଛି କେତେଗୁଡ଼ିଏ ମାନସିକ ବିକୃତି ଯାହାଦ୍ବାରା ଆମେରିକୀୟ ଗୁଇନ୍ଦା ଓ ସମଗ୍ର ବିଶ୍ବରେ ଥିବା ଦୂତାବାସ କର୍ମଚାରୀମାନେ ଆକ୍ରାନ୍ତ ହେଉଛନ୍ତି। ବାହ୍ୟ ଉତ୍ସରୁ କୌଣସି ଶବ୍ଦ ହେଉ ନ ଥିଲେ ବି ଶୁଣିପାରିବା, ଆକାଶିଆ ଲାଗିବା, ବାନ୍ତି ଲାଗିବା, ମୁଣ୍ଡବିନ୍ଧିବା, ସ୍ମରଣଶକ୍ତି କ୍ଷୟ ହେବା ଓ ଶାରୀରିକ ସନ୍ତୁଳନ ରକ୍ଷା କରି ନ ପାରିବା ଭଳି ଉପସର୍ଗ ହେଉଛି ଏହି ରୋଗର ଲକ୍ଷଣ।
କ୍ୟୁବା ଅନ୍ତର୍ଗତ ହାଭାନାରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର କର୍ମଚାରୀମାନେ ଉପରୋକ୍ତ ଲକ୍ଷଣ ସବୁ ରିପୋର୍ଟ କରିବା ପରେ ୨୦୧୬ରେ ଉତ୍ପତ୍ତି ହୋଇଥିବା ଏହି ରୋଗ ପ୍ରତି ଗୁରୁତ୍ବାରୋପ କରାଯାଇଥିଲା। ରୋଗ ଚିହ୍ନଟ ହୋଇଥିଲେ ବି ଠିକ୍ କେଉଁ କାରଣରୁ ଏହା ହେଉଛି ସେକଥା ଜଣାପଡ଼ିନାହିଁ। ତେଣୁ, ଏହାର ଉପଯୁକ୍ତ ଚିକିତ୍ସା ବି କରାଯାଇ ପାରୁନାହିଁ।