ହାଇପରସୋନିକ୍ କ୍ଷେପଣାସ୍ତ୍ର କ’ଣ ? ଏଗୁଡ଼ିକୁ ଅଟକାଇବା କାହିଁକି ଅସମ୍ଭବ ?

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷ ହାଇପରସୋନିକ ମିସାଇଲ ବା କ୍ଷେପଣାସ୍ତ୍ର ନିକ୍ଷେପ କରିବା ଦାବି କରିବା ପରେ ସାରା ବିଶ୍ବରେ ଏହି ଘାତକ ଅସ୍ତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୟୁକ୍ରେନ ଉପରେ ରୁଷ କିଞ୍ଜେଲ ନାମକ ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିଲା । ଏହାର ବ୍ୟବହାର କରି ରୁଷ ୟୁକ୍ରେନର ଅସ୍ତ୍ରଭଣ୍ଡାରକୁ ଧ୍ବଂସ କରିଦେଇଥିଲା ।

ତେବେ ହାଇପରସୋନିକ୍ କ୍ଷେପଣାସ୍ତ୍ର କ’ଣ ?

କ୍ରୁଜ ମିସାଇଲ ଶବ୍ଦଠାରୁ କମ ବେଗରେ ଗତି କଲେ ତାହାକୁ ସବସୋନିକ କ୍ଷେପଣାସ୍ତ୍ର ବୋଲି କୁହାଯାଏ । ସେହିପରି ଶବ୍ଦଠାରୁ ୩ଗୁଣ ବେଗରେ ଗଲେ ତାହାକୁ ସୁପରସୋନିକ କ୍ଷେପଣାସ୍ତ୍ର କୁହାଯାଏ । ଏହାର ଉଦାହରଣ ହେଉଛି ଭାରତର ବ୍ରହ୍ମସ । କ୍ରୁଜ କ୍ଷେପଣାସ୍ତ୍ର ଶବ୍ଦର ୫ଗୁଣ ବେଗରେ ଗଲେ ତାହାକୁ ହାଇପରସୋନିକ କ୍ଷେପଣାସ୍ତ୍ର ବୋଲି କୁହାଯାଏ । ହାଇପରସୋନିକ କ୍ଷେପଣାସ୍ତ୍ରଗୁଡ଼ିକ ଶବ୍ଦ ବେଗର ପାଞ୍ଚଗୁଣ ବେଗରେ ଗତି କରୁଥିବାରୁ ଏଗୁଡ଼ିକୁ ଏହାକୁ ବିଶ୍ବର ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମଗୁଡ଼ିକ ମଧ୍ୟ ଅଟକାଇପାରନ୍ତି ନାହିଁ ।  ଗତ ବର୍ଷ ଅଗଷ୍ଟ ମାସରେ ଚୀନ ଦ୍ବାରା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବା ପରେ ବିଶ୍ବରେ ଏକ ନୂଆ ପ୍ରକାରର ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦୁଇ ମହାଶକ୍ତି ଆମେରିକା ଓ ଋଷିଆ ଯୋଗ ଦେଇଛନ୍ତି । ଇତି ମଧ୍ୟରେ ଉଭୟ ରୁଷ ଓ ଆମେରିକା ମଧ୍ୟ ନିଜର ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ କରିସାରିଛି । ତେବେ ଏ କ୍ଷେତ୍ରରେ ରୁଷ ସବୁଠାରୁ ଆଗୁଆ ରହିଛି । ରୁଷ ପାଖରେ କିଞ୍ଜେଲ ଓ ଜିରକନ ନାମକ ଦୁଇଟି ହାଇପରସୋନିକ କ୍ଷେପଣାସ୍ତ୍ର ରହିଛି ।

ସମ୍ବନ୍ଧିତ ଖବର