ଭୋପାଳ: ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଦଳବଦଳ ପ୍ରକ୍ରିୟା ନିର୍ବାଚନ ସମୟରେ ମଧ୍ୟ ଜାରି ରହିଛି। ନିକଟରେ କଂଗ୍ରେସକୁ ଚକିତ କରି ଜଣେ ପ୍ରାର୍ଥୀ ଇନ୍ଦୋର ଲୋକସଭା ଆସନରୁ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ଏହାକୁ ବର୍ତ୍ତମାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଂଗ୍ରେସ ପାର୍ଟିକୁ କଟାକ୍ଷ କରିଛନ୍ତି।
ସେ କହିଛନ୍ତି, ଯଦି ବିବାହ ପୂର୍ବରୁ ବର ପଳାୟନ କରେ ତେବେ ଏଥିରେ ଆମ ଦଳର ଦୋଷ କ’ଣ? ଇନ୍ଦୋର ଆସନରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଏପ୍ରିଲ ୨୯ରେ ନାମାଙ୍କନ ପ୍ରତ୍ୟାହାର କରି ପରେ ବିଜେପିରେ ଯୋଗ ଦେଇଥିଲେ।
ଇନ୍ଦୋରର ବେଟମାରେ ଏକ ନିର୍ବାଚନ ରାଲିରେ ସିଏମ ଯାଦବ କହିଛନ୍ତି ଇନ୍ଦୋରରେ ବିଜେପି କିଛି ଭୁଲ କରିଛି ବୋଲି କଂଗ୍ରେସ ଦାବି କରିଛି। ଏଥିରେ ଆମର ଭୁଲ କ’ଣ ଥିଲା? ସମଗ୍ର ଗାଁକୁ ଏକ ବିବାହ ଭୋଜିରେ ନିମନ୍ତ୍ରଣ କରିବା ଏବଂ ବିବାହ ପୂର୍ବରୁ ବର ପଳାୟନ କରିବା ଘଟଣା ପରି ଏହା ହୋଇଛି। କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ମେ’ ୧୩ ରେ ହେବାକୁ ଥିବା ନିର୍ବାଚନ ପାଇଁ ଇନ୍ଦୋରରୁ କୌଣସି କଂଗ୍ରେସ ପ୍ରାର୍ଥୀ ବାକି ନାହାନ୍ତି।
ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତାମାନେ ଏଠାରେ ଥିବା ଭୋଟରଙ୍କୁ ନୋଟା ବଟନ୍ ଦବାଇବାକୁ ନିବେଦନ କରୁଛନ୍ତି, ଯାହା ଗଣତନ୍ତ୍ର ପାଇଁ ଅପମାନ। ବିଜେପି ପ୍ରାର୍ଥୀ ତଥା ସିଟିଂ ସାଂସଦ ଶଙ୍କର ଲାଲୱାନୀଙ୍କ ସମର୍ଥନରେ ଏହି ରାଲିରେ ସେ କହିଛନ୍ତି ଯଦି କାହାର ପିଲା ଘରୁ ପଳାୟନ କରନ୍ତି, ତେବେ କାହାର ଦୋଷ? ତୁମେ ନିଜ ପିଲାଙ୍କର ଯତ୍ନ ନେବା ଉଚିତ୍ ।
ବିରୋଧୀ ଦଳର ଇଣ୍ଡିଆ ସହଯୋଗୀ ଦଳକୁ ଏକ ଅହଂକାରୀ ସହଯୋଗୀ ବୋଲି କହି ସିଏମ୍ ମୋହନ ଯାଦବ ରାବଣର ରାଜଧାନୀ ଲଙ୍କାର ଉଦାହରଣ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅହଂକାରୀ ବ୍ୟକ୍ତି ଲଙ୍କାରେ ୧୭ ଲକ୍ଷ ବର୍ଷ ପୂର୍ବେ ପ୍ରଭୁ ଶ୍ରୀରାମଙ୍କ ସମୟରେ ଜନ୍ମ ହୋଇଥିଲେ। ମନ୍ଦ ବୁଦ୍ଧି ଯୋଗୁ ସେ ଏକ ନକଲି ଗୈରିକ ବସ୍ତ୍ର ଧାରଣକାରୀ ଭାବରେ ମାତା ସୀତାଙ୍କୁ ଅପହରଣ କରି ନେଇଥିଲେ। ଲୋକସଭା ନିର୍ବାଚନରେ ନୋଟା ବାଛିବା ପାଇଁ କଂଗ୍ରେସର ଆବେଦନକୁ ଧ୍ୟାନ ନଦେବାକୁ ସିଏମ୍ ଭୋଟରଙ୍କୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/9a.jpg)