#ଶ୍ରୀଲଙ୍କା ଡଲାର ଚ୍ୟାଲେଞ୍ଜ କ’ଣ ?

କଲମ୍ବୋ : ଗୋଟାବାୟା ରାଜପକ୍ଷେ ବିଦେଶ ପଳାଇଯିବା ପରେ ଧୀରେ ଧୀରେ ଶ୍ରୀଲଙ୍କାର ସ୍ଥିତି ଶାନ୍ତ ହେବାରେ ଲାଗିଛି । ଏହା ସହିତ ଦେଶକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ବିଦେଶରେ ରହୁଥିବା ଶ୍ରୀଲଙ୍କା ଲୋକ । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ବଢାଇବାକୁ ସେମାନେ ନିଜ ନିଜର ଯୋଗଦାନ ଦେବା ଆରମ୍ଭ କରିଛନ୍ତି । ଏଥିପାଇଁ ‘ #ଶ୍ରୀଲଙ୍କା ଡଲାର ଚ୍ୟାଲେଞ୍ଜ’ ନାମକ ଅଭିଯାନ ସୋସିଆଲ ମିଡିଆରେ ଆରମ୍ଭ କରାଯାଇଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ରାନିଲ ବିକ୍ରମସିଂଘେ ସାଧାରଣ ଲୋକଙ୍କ ସହାୟତା ପାଇଁ କେତେକ ପଦକ୍ଷେପ ନେଇଛନ୍ତି । ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ, ଇନ୍ଧନ ଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଦେଶର ଅର୍ଥନୀତିକୁ ପୁଣି ସୁଧାରିବାକୁ ସେ ଶିଳ୍ପପତି ଓ ବ୍ୟବସାୟୀମାନଙ୍କୁ ସହାୟତା କରିବାକୁ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଏହି ଦେଶ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଏହାଫଳରେ ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପରେ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ ବିଦେଶ ଫେରାର ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର