ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆଜି ଅଲ-କାଦିର ଟ୍ରଷ୍ଟ୍ ମାମଲାରେ ଗିରଫ ହୋଇଛନ୍ତି। ଇମ୍ରାନ, ତାଙ୍କ ପତ୍ନୀ ବୁଶରା ବିବି ଏବଂ ସେମାନଙ୍କ ଘନିଷ୍ଠ ସହଯୋଗୀ ଜୁଲଫିକର ବୁଖାରୀ ଏବଂ ବାବର ଅୱନ ଅଲ କାଦିର ପ୍ରୋଜେକ୍ଟ ଟ୍ରଷ୍ଟ୍ ଗଠନ କରିଥିଲେ। ଅଲ କାଦିର ୟୁନିଭର୍ସିଟି ପ୍ରତିଷ୍ଠା କରି ପଂଜାବର ଝେଲମ ଜିଲ୍ଲା ଅନ୍ତର୍ଗତ ସୋହୱା ତହସିଲରେ ଉତ୍ତମ ମାନର ଶିକ୍ଷା ଦେବା ଏହି ଟ୍ରଷ୍ଟ୍ର ଲକ୍ଷ୍ୟ ଥିଲା। ଟ୍ରଷ୍ଟ୍ର ସରକାରୀ ଠିକଣା କାଗଜପତ୍ରରେ ‘ବାଣୀ ଗାଲା ହାଉସ୍, ଇସଲାମାବାଦ’ ରଖାଯାଇଥିଲା।
ବୁଶରା ବିବି ୨୦୧୯ରେ ଏହି ଟ୍ରଷ୍ଟ୍ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏକ ଘରୋଇ ରିଅଲ ଇଷ୍ଟେଟ୍ କମ୍ପାନି ସହ ରାଜିନାମା ସ୍ବାକ୍ଷର କରିଥିଲେ। ଟ୍ରଷ୍ଟ୍କୁ ଏହାପରେ ୪୫୮ ଏକର ଜମି ଜମି ମିଳିଥିଲା। ତେବେ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲ୍ଲାଙ୍କ ବୟାନ ଅନୁଯାୟୀ ଏହି ୪୫୮ ଏକର ମଧ୍ୟରୁ ଇମ୍ରାନ ଖାନ ୨୪୦ ଏକର ଜମିକୁ ତାଙ୍କ ପତ୍ନୀ ବୁଶରା ବିବିଙ୍କ ଘନିଷ୍ଠ ବନ୍ଧୁ ଫରହା ଗୋଗିଙ୍କ ନାମରେ କରିଦେଇଥିଲେ। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନାମରେ ଇମ୍ରାନ ଜମି ଜାଲିଆତି କରିଥିଲେ ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ହେବାପରେ ପାକିସ୍ତାନର ପୂର୍ବତନ ଅର୍ଥ ମନ୍ତ୍ରୀ ମିଫତାହ ଇସମେଲ ଏକ ଟ୍ବିଟ୍ କରି କହିଛନ୍ତି, ଇମ୍ରାନ ଖାନ୍ ପ୍ରାୟ ୧୯୦ ନିୟୁତ ପାଉଣ୍ଡ୍ର ଜମି ବିଶିଷ୍ଟ ବ୍ୟବସାୟୀ ମାଲିକ ରିଆଜଙ୍କୁ ଦେଇଛନ୍ତି। ମାଲିକ ରିଆଜ ମଧ୍ୟ ଇମ୍ରାନ, ବୁଶରା ବିବି ଏବଂ ଫରହା ଗୋଗି ସଦସ୍ୟ ଥିବା ଟ୍ରଷ୍ଟ୍କୁ ଶହ ଶହ ଏକର ଜମି ଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/55-1.jpg)