ଅଜରବୈଜାନ, ଆର୍ମେନିଆ ବିବାଦର କାରଣ କ’ଣ ?

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସମଗ୍ର ବିଶ୍ବ ଚିନ୍ତିତ ଥିବାବେଳେ ବିଶ୍ବରେ ଆଉ ଏକ ସଂଘର୍ଷ ଆରମ୍ଭ ହୋଇଯାଇଛି । ତାହା ହେଉଛି ଦୁଇ କେନ୍ଦ୍ର-ଏସୀୟ ଦେଶ ଅଜରବୈଜାନ ଓ ଆର୍ମେନିଆ ମଧ୍ୟରେ ସଂଘର୍ଷ । ତେବେ ଏହି ସଂଘର୍ଷ ଗତ ୨୦୨୦ ସେପ୍ଟେମ୍ବର-ଅକ୍ଟୋବର ମାସରେ ବି ହୋଇଥିଲା । ଦୁଇବର୍ଷର ଯୁଦ୍ଧ ବିରତି ପରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତେବେ ଏହି ଦୁଇ ଦେଶ ମଧ୍ୟରେ ବିବାଦର କାରଣ କ’ଣ ?

ଉଭୟ ଆର୍ମେନିଆ ଓ ଅଜରବୈଜାନ ପୂର୍ବରୁ ସୋଭିଏତ ସଂଘର ଅଂଶ ଥିଲେ । ୧୯୯୧ ଡିସେମ୍ବର ମାସରେ ସୋଭିଏତ ସଂଘର ବିଭାଜନ ପରେ ଉଭୟ ଆର୍ମେନିଆ ଓ  ଅଜରବୈଜାନ ଗୋଟିଏ ଗୋଟିଏ ସ୍ବତନ୍ତ୍ର ଦେଶରେ ପରିଣତ ହେଲେ । ତେବେ ସେହି ଦିନଠାରୁ ଉଭୟ ଦେଶଙ୍କ ମଧ୍ୟରେ ସୀମା ବିବାଦ ଜାରି ରହିଛି ।

ମୁସଲିମ ବହୁଳ ଅଜରବୈଜାନ ଅଧିନରେ ଆସୁଥିବା ନଗର୍ନୋ-କାରବାଖକୁ ନେଇ ଏହି ବିବାଦ ରହିଛି । ଏହି ଅଂଚଳ ଅଜରବୈଜାନ ଅଧିନରେ ଆସୁଥିବା ସମଗ୍ର ବିଶ୍ବ ସ୍ବୀକାର କରିଛି । କିନ୍ତୁ ଏହି ଅଂଚଳରେ ଆର୍ମେନୀୟ ବଂଶୋଦ୍ଭବ ଖ୍ରୀଷ୍ଟିଆନ ଲୋକମାନେ ରହୁଛନ୍ତି ଓ ସେମାନେ ଅଜରବୈଜାନରୁ ଅଲଗା ହେବାକୁ ସଶସ୍ତ୍ର ସଂଗ୍ରାମ ଚଳାଇଛନ୍ତି । ଏହି ଗୋଷ୍ଠୀମାନଙ୍କୁ ଆର୍ମେନିଆ ଆର୍ଥିକ ଓ ସାମରିକ ସହାୟତା ଯୋଗାଇଦେଉଛି । ଏହି ବିବାଦକୁ ନେଇ ୧୯୯୨ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା । ପରେ ୨୦୨୦ରେ ପୁଣି ଏକ ଯୁଦ୍ଧ ହୋଇଥିଲା, ଯେଉଁଥିଲେ ଆର୍ମେନିଆ ପରାଜିତ ହୋଇଥିଲା । ଏବେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି।

 

 

ସମ୍ବନ୍ଧିତ ଖବର