ପ୍ରଭୁ ହନୁମାନଙ୍କ ସହିତ ବାଲାକୋଟ ଏୟାରଷ୍ଟ୍ରାଇକର କଣ ସଂପର୍କ ?

ନୂଆଦିଲ୍ଲୀ : ଗତ ଫେବ୍ରୁଆରୀରେ ଭାରତ ପକ୍ଷରୁ କରାଯାଇଥିବା ବାଲାକୋଟ ଏୟାରଷ୍ଟ୍ରାଇକ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା । କିନ୍ତୁ ମହାକାବ୍ୟ ରାମାୟଣ ସହ ଏହି ଆକ୍ରମଣର କଣ ସଂପର୍କ ରହିଛି ? ହଁ ଏହାର ଏକ ସଂପର୍କ ରହିଛି ବୋଲି ଜଣାପଡିଛି ।

ବାୟୁସେନାସୁତ୍ରକୁ ଉଦ୍ଧାର କରି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ବାଲାକୋଟ ଏୟାରଷ୍ଟ୍ରାଇକର କୋଡ ନେମ୍‌ ବା ସାଂକେତିକ ନାମ ‘ଅପରେସନ ବନ୍ଦର’ (ଓଡ଼ିଆରେ ଅପରେସନ ମର୍କଟ) ରଖାଯାଇଥିଲା । ଏହି ଅପରେସନ ସଂପର୍କିତ ସୂଚନା ଯେପରି ପ୍ରଘଟ ନହୁଏ, ସେଥିପାଇଁ ଅତ୍ୟନ୍ତ ଗୋପନର ସହିତ ପ୍ରସ୍ତୁତି କରାଯାଇଥିଲା ।
ଉକ୍ତ ସୁତ୍ରରୁ ଜଣାପଡିଛି ଯେ, ଭାରତୀୟ ଶାସ୍ତ୍ରରେ ମାଙ୍କଡମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ରାମାୟଣରେ ଯେପରି ଭଗବାନ ରାମଙ୍କ ପରମ ଭକ୍ତ ହନୁମାନ ଲଙ୍କା ଉପରେ ଆକ୍ରମଣ କରି ତାହାକୁ ଜାଳିପୋଡି ଛାରଖାର କରିଦେଇଥିଲେ, ଠିକ ସେହିପରି ଭାରତୀୟ ବାୟୁସେନା ଆକାଶ ମାର୍ଗରେ ଯାଇ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଦେଇଥିଲା ।

ଗତ ଫେବ୍ରୁଆରୀ ୨୬ରେ ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା । ତା’ପରଦିନ ଅର୍ଥାତ ଫେବ୍ରୁଆରୀ ୧୭ରେ ପାକିସ୍ତାନ ବାୟୁସେନା ଏଫ-୧୬ ବିମାନ ସମେତ ଆଉ କେତେକ ବିମାନ ଭାରତୀୟ ବାୟୁସେନାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସତର୍କ ଭାରତୀୟ ବାୟୁସେନା ସେଗୁଡ଼ିକର ମୁହାଁମୁହିଁ ସାମନା କରି ଘଉଡେଇଦେଇଥିଲା ।

ସମ୍ବନ୍ଧିତ ଖବର