ଶୋଇବାଘର-ଶୌଚାଳୟ-ଟେଲିଫୋନ, ଦିନକୁ ଭଡ଼ା ୯୯୦ଟଙ୍କା,  ଜାଣନ୍ତୁ ମୋଦୀଜୀ ଧ୍ୟାନ କରୁଥିବା ଗୁମ୍ଫାରେ ଉପଲବ୍ଧ ଥିବା ଅନ୍ୟ ସୁବିଧା ବିଷୟରେ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ୨୦୧୯ର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତରାଖଣ୍ଡରେ କେଦାରନାଥ ଧାମ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ କେଦାରନାଥ ମନ୍ଦିରରେ ପୂଜା-ଅର୍ଚ୍ଚନା କରିଥିଲେ। ଏହାପରେ ନରେନ୍ଦ୍ର ମୋଦୀ ପାଦରେ ପାହାଡ ଚଢ଼ି ସାଧନା ପାଇଁ ରୁଦ୍ରା ଗୁମ୍ଫାରେ ପହଞ୍ଚିଥିଲେ। ରବିବାର ସକାଳ ପର୍ଯ୍ୟନ୍ତ ଏହି ଗୁମ୍ଫାରେ ସେ ଧ୍ୟାନ କରିଥିଲେ । ତେବେ ମୋଦୀଜୀ ସେଠାରୁ ଧ୍ୟାନ କରି ଫେରି ଆସିଥିବା ବେଳେ ଏବେ ଗୁମ୍ଫାରେ ମିଳୁଥିବା ସୁବିଧାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଚଳିତ ବର୍ଷ ଅପ୍ରେଲରେ ଏହି ଗୁମ୍ଫାର ନିର୍ମାଣ କାର୍ଯ୍ୟ ଶେଷ  ହୋଇଥିବା ବେଳେ ଏହାର ନିର୍ମାଣ ନେହେରୁ ପର୍ବତାରୋହଣ ସଂସ୍ଥାନ ଦ୍ୱାରା କରାଯାଇଛି ।

୫ମିଟର ଲମ୍ବ ଏବଂ ୩ମିଟର ଚଉଡ଼ା ଥିବା ଏହି ଗୁମ୍ଫାରେ ଶୋଇବା ପାଇଁ ଖଟ, ଶୌଚାଳୟ, ବିଜୁଳି ଏବଂ ଟେଲିଫୋନ ଭଳି ଆଧୁନିକ ଜିନିଷର ବ୍ୟବସ୍ଥା କରାଯାଇଛି । ଏହି ଗୁମ୍ଫା ସମୁଦ୍ର ତଳୁ ୧୨, ୨୫୦ଫୁଟ ଉପରେ ରହିଛି । ଏହି ଗୁମ୍ଫାକୁ ଏବେ ଟ୍ରାଏଲ ହିସାବରେ ତିଆରି କରାଯାଇଥିବା ବେଳେ ଆଗକୁ ଏଭଳି ୫ଟି ଗୁମ୍ଫା ତିଆରି କରାଯିବାର ବ୍ୟବସ୍ଥା କରିଛି । ୯୯୦ଟଙ୍କା ଦେଇ ଶ୍ରଦ୍ଧାଳୁମାନେ ଏହି ଗୁମ୍ଫାକୁ ବୁକ୍‌ କରି ପାରିବେ । କେବଳ ୩ଦିନ ପାଇଁ ଏହି ଗୁମ୍ଫାକୁ ବୁକ୍‌ କରି ପାରି ପାରିବେ ଶ୍ରଦ୍ଧାଳୁ ।  କିନ୍ତୁ ଦରକାର ପଡ଼ିଲେ ଏହାର ଅବଧି ବଢ଼ାଇ ଦିଆ ଯାଇପାରେ ।

Inshorts

ଗତକାଲି ରାତି ସମୟରେ ମୋଦୀଜୀଙ୍କୁ ଖାଇବା ପଠା ଯାଇଥିଲା । ଅଧିକ ଥଣ୍ଡା ହେତୁ ଭିତରେ ହିଟର, ଗିଜର ଏବଂ ବିଜୁଳିର ବ୍ୟବସ୍ଥା କରାଯାଇଥିଲା । ଏହା ସହ ଗୁମ୍ଫା ପାଖରେ ସୁରକ୍ଷାକର୍ମୀମାନଙ୍କର ଟେଣ୍ଟ ମଧ୍ୟ ଲଗାଯାଇଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର