ଦେଶରେ କୋଭିଡ୍‌-୧୯ ଟିକାର ସ୍ଥିତି ସଂପର୍କରେ ସୂଚନା ଦେଲେ ଆଇସିଏମଆର ଡିଜି; ଜାଣନ୍ତୁ, କ’ଣ ରହିଛି ତାଜା ସ୍ଥିତି

ନୂଆଦିଲ୍ଲୀ: ସଂପ୍ରତି ଭାରତରେ ୩ଟି କୋଭିଡ୍‌-୧୯ ପ୍ରତିଷେଧକ ଟିକା କ୍ଲିନିକାଲ୍‌ ଟ୍ରାଏଲ୍‌ ପର୍ଯ୍ୟାୟରେ ରହିଛି। ଏ ସଂପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ଆଇସିଏମଆର ଡିଜି ବଳରାମ ଭାର୍ଗଭ କହିଛନ୍ତି ଯେ ଏବେ ତିନିଟି କୋଭିଡ୍‌-୧୯ ପ୍ରତିଷେଧକ ଟିକା ଭାରତରେ କ୍ଲିନିକାଲ ଟ୍ରାଏଲ ପର୍ଯ୍ୟାୟରେ ରହିଛି। କ୍ୟାଡିଲା ଏବଂ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଟିକା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସମାପ୍ତ କରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି ସାରିଛି। ଏବଂ କ୍ଲିୟରାନ୍‌ସ ପରେ ଦେଶର ୧୪ ଟି ସ୍ଥାନରେ (୧୫୦୦ ରୋଗୀଙ୍କ ଶରୀରରେ) ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବ।

ଏହାବାଦ୍‌ ଚାରିଟିରୁ ଅଧିକ କୋଭିଡ୍‌-୧୯ ପ୍ରତିଷେଧକ ଟିକା ଉନ୍ନତ ପ୍ରି-କ୍ଲିନିକାଲ୍‌ ବିକାଶ ପର୍ଯ୍ୟାୟରେ ରହିଥିବା ସେ ଏହି ଅବସରରେ ସୂଚନା ଦେଇଛନ୍ତି। ତେବେ, ନିର୍ଦ୍ଧିଷ୍ଟ ଭାବେ କୋଭିଡ୍‌-୧୯ ଟିକା କେବେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହୋଇପାରିବ ସେ ସଂପର୍କରେ କିଛି କହି ନାହାନ୍ତି ଶ୍ରୀ ଭାର୍ଗବ।

ସମ୍ବନ୍ଧିତ ଖବର