ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସିଆନ୍ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନେ ଉତ୍ତମ ଖେଳ ପ୍ରଦାନ କରି ଭାରତୀୟମାନଙ୍କ ହୃଦୟ ଜିଣୁଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫେଟୋକୁ ନେଇ ବେଶ୍ ଚର୍ଚ୍ଚା। ବାସ୍ତବରେଏହି ଫଟୋ ଟି କଣ ପାଇଁ ଉଠାଯାଇଛି ତାହା ନ ଜାଣି ସୋସିଆଲ ମିଡ଼ିଆରେ ଏହାକୁ ନେଇ ଚଚ୍ର୍ା ବେଶ୍ ରୋଚକ ମୋଡ଼ରେ ପହଞ୍ଚିଛି। ଭାରତର କ୍ରୀଡ଼ାବିତ୍ ତଥା ଅଲମ୍ପିକ ପଦକ ବିଜେତା ମେଜର ରାଜ୍ୟବଦ୍ଧନ ସିଂହ ରାଠୋର ଏସିଆନ୍ ଗେମ୍ସ ୨୦୧୮ କ୍ରୀଡ଼ାଗ୍ରାମରେ କ୍ରୀଡ଼ାବିତମାନଙ୍କୁ ଖାଦ୍ୟ ପରିବେଶ କରୁଥିବାରୁ ଫଟୋଟି ଭାଇରାଲ ହୋଇଛି।
ବାସ୍ତବରେ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବାକୁ କ୍ରୀଡ଼ାଗ୍ରାମରେ ପହଞ୍ଚିଥିବା ଭାରତର କ୍ରୀଡ଼ାମନ୍ତ୍ରୀ ମେଜର ରାଠୋର ନିଜ ଖାଦ୍ୟ ନିଜେ ନେଇ ଡାଇନିଂ ଟେବୁଲକୁ ଯାଉଥିିବା ବେଳେ କେତେକ କ୍ରୀଡ଼ାବିତଙ୍କ ପାଖରେ ଅଟକି ଯାଇ କିଛି ସମୟ କଥାବାର୍ତ୍ତା ହୋଇଥିଲେ। କଥାବାର୍ତ୍ତା ସମୟରେ ରାଠୋର ଏକ ଟ୍ରେରେ ନିଜ ଖାଦ୍ୟତକ ଧରି ଠିଆ ହୋଇଥିବାର ଫଟୋ ଜଣେ ସାମ୍ବାଦିକ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟିଂ କରିଦେଇଥିଲେ। ତେବେ ଏହା ପରେ ଏହି ଫଟୋଟି ଭାଇରାଲ ହେବାରେ ଲାଗିଛି। କେତେକ ଏହା ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହୁଥିବା ବେଳେ ଆଉ କେତେକ ଅନ୍ତତଃ ଭାରତର ଜଣେ କ୍ରୀଡ଼ାବିତ କ୍ରୀଡ଼ାମନ୍ତ୍ରୀ ହୋଇଥିବାରୁ ସେ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ପାଇଁ ଏସିଆନ ଗେମ୍ସର କ୍ରୀଡ଼ାଗ୍ରାମରେ ଯାଇ ପହଞ୍ଚିଛନ୍ତି, ତେଣୁ ସେ ଧନ୍ୟବାଦର ପାତ୍ର ବୋଲି ସୋସିଆଲ ମିଡ଼ିଆରେ କମେଣ୍ଟମାନ ଆସିବାରେ ଲାଗିଛି।
ଏସିଆନ ଗେମ୍ସରେ ଭାରତର କ୍ରୀଡ଼ାମନ୍ତ୍ରୀଙ୍କ ଭାଇରାଲ ଫଟୋକୁ ନେଇ ଚର୍ଚ୍ଚା
/sambad/media/post_attachments/wp-content/uploads/2018/08/Rajyavardhan-Singh-Rathore-Viral-Pic_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)