ଇସ୍ଲାମାବାଦ୍: ଦେଶରେ ଦ୍ରୁତ ମୁଦ୍ରାସ୍ଫିତି ବୃଦ୍ଧି ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ରବିବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଛନ୍ତି ଯେ, କେବଳ ଜିନିଷପତ୍ରର ଦରଦାମ ବୃଦ୍ଧି କାରଣରୁ ହିଁ ସେ ରାତିରେ ଶୋଇ ପାରୁନାହାନ୍ତି।
ଜନସାଧାରଣଙ୍କ ସହ ‘ଲାଇଭ୍ କଲ୍’ ସମୟରେ ଗୋଟାଏ ପ୍ରଶ୍ନର ଉତ୍ତର ଦେଇ ଖାଁ କହିଲେ ଯେ, ଆଜି ପାକିସ୍ତାନ ସମ୍ମୁଖୀନ ହେଉଥିବା ସବୁଠୁ ବଡ଼ ଆହ୍ବାନ ହେଉଛି ମୁଦ୍ରାସ୍ଫିତି ଏବଂ ଜିନିଷପତ୍ରର ଦର ବୃଦ୍ଧି। ଏଥିପାଇଁ ସାଧାରଣ ଜନତା ସମ୍ମୁଖୀନ ହେଉଥିବା ସମସ୍ୟା କଥା ମୁଁ ଭଲ ଭାବେ ବୁଝି ପାରୁଛି। କେବଳ ଏହି ସମସ୍ୟା ପାଇଁ ହିଁ ମୁଁ ରାତିରେ ଶୋଇ ପାରୁନାହିଁ।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଜିନିଷପତ୍ରର ଦରବୃଦ୍ଧି ଏକ ବୈଶ୍ବିକ ସମସ୍ୟା। ଇଂଲଣ୍ଡ ଏବଂ ‘ୟୁରୋପୀୟ ୟୁନିୟନ୍’ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା, କରୋନାଭାଇରସ୍ ଜନିତ ଆର୍ଥିକ କୁପ୍ରଭାବ ସୁଧାରିବା ଲାଗି ଜନକଲ୍ୟାଣ ଲାଗି ମୋ ସରକାର ୮ ବିଲିୟନ୍ ଡଲାର୍ ଖର୍ଚ୍ଚ କରିଛି। ଧନୀ ରାଷ୍ଟ୍ରମାନଙ୍କ ତୁଳନାରେ ପାକିସ୍ତାନରେ ଜନକଲ୍ୟାଣାର୍ଥେ ବ୍ୟୟ ଅର୍ଥ ନଗଣ୍ୟ। ଜନକଲ୍ୟାଣ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୬୦୦୦ ବିଲିୟନ୍ ଡଲାର୍ ବ୍ୟୟ କରିଛି।
Image Courtesy of Dawnସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-୧୯ ବ୍ୟତିରେକେ, ତାଙ୍କ ସରକାର ଆଫଗାନିସ୍ତାନ ଯୋଗୁଁ ମଧ୍ୟ ସଙ୍କଟରେ ପଡ଼ିଛି। ତାଲିବାନ ଆଫଗାନିସ୍ତାନ ନିୟନ୍ତ୍ରଣ କରିବା ପରେ ପାକିସ୍ତାନରୁ ଡଲାର୍ ସବୁ ବାହାରି ଗଲା ଏବଂ ଟଙ୍କା ଉପରେ ତା’ର ନକାରାତ୍ମକ ପ୍ରଭାବ ପଡ଼ିଲା।
କିନ୍ତୁ, ତାଙ୍କ ସରକାରଙ୍କ ଉଦ୍ୟମ ଯୋଗୁଁ ପାକିସ୍ତାନର ‘ଡିଜିପି’ ୫.୩୫% ବୃଦ୍ଧି ପାଇଛି ବୋଲି ବିଶ୍ବ ବ୍ୟାଙ୍କ୍ ଆକଳନ କରିଛି। ସରକାରଙ୍କ ଉତ୍ତମ ନୀତି ଯୋଗୁଁ ଦେଶରେ ନେଟ୍ ସମ୍ପଦ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Imran-Khan.jpg)