ନୂଆଦିଲ୍ଲୀ: ଦୀର୍ଘ ଅନୁପସ୍ଥିତ ପରେ ଗତ ସପ୍ତାହନ୍ତରେ ଦେଖା ଦେଇଥିବା କିମ୍ ଜୋଙ୍ଗ୍ ଉନ୍ କିଛି ମାତ୍ରାରେ ପତଳା ଦିଶୁଥିଲେ। ସେ ଯେ ନିଜ ଓଜନ ପ୍ରତି ଯତ୍ନବାନ, ତାଙ୍କ ହାତରେ ସବୁବେଳେ ବନ୍ଧା ହୋଇଥିବା ‘ସୁଇସ୍ ଟାଇମ୍ପିସ୍’ ତା’ର ସୁସ୍ପଷ୍ଟ ପ୍ରମାଣ ଦେଉଛି।
ରାଷ୍ଟ୍ରାୟତ ଗଣମାଧ୍ୟମ ରିଲିଜ୍ କରିଥିବା ଫଟୋଗୁଡ଼ିକରେ କିମ୍ଙ୍କ ମଣିବନ୍ଧରେ ‘ଇୱେ ଚେସା ଫାଉସିନ୍’ ଘଡ଼ିଟି ଖୁବ୍ ଟାଇଟ୍ କରି ବନ୍ଧା ହୋଇଥିବା ଦେଖାଯାଉଛି ବୋଲି ମଙ୍ଗଳବାର ଦିନ ‘ଏନ୍ଡବ୍ଲୁ ନିଉଜ୍’ ପ୍ରକାଶ କରିଥିବା ଏକ ବିଶ୍ଳେଷଣାତ୍ମକ ଆଲେଖ୍ୟରେ ଉଲ୍ଲେଖ ଅଛି।
Image Courtesy of Business Standardଗତ କିଛି ମାସ ହେବ ଉକ୍ତ ୧୨୦୦୦ ଡଲାର୍ ମୂଲ୍ୟର ହାତଘଡ଼ି ଉପରେ ଦୃଷ୍ଟି ରଖିବା ସହ ଉତ୍ତୋଳିତ ଫଟୋଚିତ୍ରଗୁଡ଼ିକର ତୁଳନାତ୍ମକ ଅଧ୍ୟୟନ କରି ସିଓଲ୍ର ଏହି ନିଉଜ୍ ସାଇଟ୍ ଜାଣିପାରିଛି ଯେ, ୩୭ ବର୍ଷିୟ କିମ୍ଙ୍କ ଓଜନ ହ୍ରାସ ପାଇଛି।
Image Courtesy of Bloombergଗତ ନଭେମ୍ବର ମାସରେ ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ସାଂସଦମାନଙ୍କୁ କହିଥିଲା ଯେ, କିମ୍ଙ୍କର ଆନୁମାନିକ ଓଜନ ୧୪୦ କିଲୋଗ୍ରାମ୍ ହେବ। ୨୦୧୧ରେ ସେ କ୍ଷମତାସୀନ ହେବା ପରେ ତାଙ୍କର ଓଜନ ପ୍ରାୟ ୫୦ କିଲୋ ବୃଦ୍ଧି ପାଇଛି।
କିମ୍ଙ୍କର ସ୍ବାସ୍ଥ୍ୟାବସ୍ଥା ଯାହା ସେଥିରେ ସେ ଦୀର୍ଘ ସମୟ ଧରି ଉତ୍ତର କୋରିଆର ନେତା ଭାବେ ରହି ପାରିବେ କି, ନାହିଁ ବିଦେଶୀ ଗୁଇନ୍ଦା ଏଜେନ୍ସିମାନେ ଜାଣିବାକୁ ସର୍ବଦା ଉତ୍କଣ୍ଠା ପ୍ରକାଶ କରୁଛନ୍ତି ବୋଲି ‘ଏନ୍କେ ନିଉଜ୍’ର ବରିଷ୍ଠ ପ୍ରତିନିଧି କଲିନ୍ ଜ୍ବିର୍କୋ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Kim-Jong-Uns-Watch_Thumbnail.jpg)