କେମିତି ଝିଅକୁ ବାହାହେବେ ରାହୁଲ ଗାନ୍ଧି?

‘ଇନ୍ଦିରା ଏବଂ ସୋନିଆଙ୍କ ଗୁଣ ଥିବା ଝିଅକୁ ବାହାହେବି’

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କହିଛନ୍ତି ଯେ ସେ ତାଙ୍କ ଜେଜେମା’ ଇନ୍ଦିରା ଗାନ୍ଧି ଏବଂ ମାତା ସୋନିଆ ଗାନ୍ଧିଙ୍କ ଗୁଣ ସହ ମେଳ ଖାଉଥିବା ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି। ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ରାହୁଲ ଏହା କହିଛନ୍ତି। ରାହୁଲଙ୍କୁ ତାଙ୍କ ଜେଜେମା’ ଇନ୍ଦିରାଙ୍କ ସହ ସମ୍ପର୍କ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ସେ ମୋ ଜୀବନର ପ୍ରେମ। ସେ ମୋର ଦ୍ୱିତୀୟ ମା’ ଥିଲେ। ରାହୁଲ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ କେହି ତାଙ୍କୁ ‘ପପୁ’ ବୋଲି ଡାକନ୍ତି ସେତେବେଳେ ସେ ଖରାପ ଭାବନ୍ତି ନାହିଁ। କାରଣ ଏହା ପ୍ରଚାରର ଏକ ଅଂଶ ଏବଂ ଯେଉଁମାନେ ଏହିପରି କୁହନ୍ତି ସେମାନେ ନିଜେ ଅସୁବିଧାରେ ପଡ଼ନ୍ତି।

ରାହୁଲ କହିଛନ୍ତି, ସେ କାହାକୁ ଘୃଣା କରନ୍ତି ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ତାଙ୍କୁ ପପୁ କହୁଛନ୍ତି ସେମାନେ ଏକଦା ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ‘ଗୁଙ୍ଗି ଗୁଡ଼ିୟା’ କହୁଥିଲେ। କିନ୍ତୁ ପରେ ସେ ଲୌହ ମାନବୀ ଭାବେ ଖ୍ୟାତି ଅର୍ଜନ କରିଥିଲେ। ସାକ୍ଷାତକାରରେ ସେ କାର୍‌ ଏବଂ ବାଇକ୍ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରି କହିଥିଲେ ଯେ ତାଙ୍କ ନିଜର କୌଣସି କାର୍ ନାହିଁ। କିନ୍ତୁ ତାଙ୍କ ମାଙ୍କର ଏକ କାର୍ ଅଛି।

ସମ୍ବନ୍ଧିତ ଖବର