କଣ ସତ ହେବ ନୋଷ୍ଟ୍ରାଡୋମସଙ୍କ ଭବିଷ୍ୟବାଣୀ ? 

ବିଶ୍ୱ ପ୍ରସିଦ୍ଧ ଫରାସୀ ଭବିଷ୍ୟତବକ୍ତା ନୋଷ୍ଟ୍ରାଡୋମସ୍‌ଙ୍କ ଭବିଷ୍ୟବାଣୀକୁ ସାରା ବିଶ୍ୱରେ ବେଶ୍‌ ଗୁରୁତ୍ୱର ସହ ବିଚାର କରାଯାଏ । ପଞ୍ଚଦଶ ଶତାବ୍ଦୀରୁ ହିଁ ସେ କରିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି । ସେସବୁ ମଧ୍ୟରେ ରହିଛି ପ୍ରଥମ ବିଶ୍ୱଯୁଦ୍ଧ, ହିଟଲରର ଉତ୍‌ଥାନ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆମେରିକା ଆକ୍ରମଣ ଇତ୍ୟାଦି । କିନ୍ତୁ ତୃତୀୟ ବିଶ୍ୱଯୁଦ୍ଧ ସଂପର୍କରେ ସେ କରିଥିବା ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ହୋଇପାରିନାହିଁ । କିନ୍ତୁ ଏହା କଣ ଆଗକୁ ସତ ହେବାକୁ ଯାଉଛି ? ୨୦୧୮ କଣ ସେହି  ଅଶୁଭ ବର୍ଷ ହେବାକୁ ଯାଉଛି ?

ନୋଷ୍ଟ୍ରାଡୋମସ୍‌ଙ୍କ ଭବିଷ୍ୟବାଣୀ ତାଙ୍କର ପ୍ରସିଦ୍ଧ ପୁସ୍ତକ ଲେସ୍‌ ପ୍ରୋଫେଟିସ୍‌ରେ ଉଲ୍ଲେଖ ରହିଛି । ସେଥିରେ ସେ ୨୦୧୮ ସମ୍ପର୍କରେ ଯେଉଁ ଭବିଷ୍ୟତବାଣୀ କରିଛନ୍ତି, ସେଥିରୁ ଜଣାପଡିଛି ଯେ ବିଶ୍ୱ ଧୀରେ ଧୀରେ ଏକ ଅଶାନ୍ତମୟ ବାତାବରଣ ଆଡକୁ ଗତି କରୁଛି । ସେ କହିଛନ୍ତି ଯେ ବିଶ୍ୱ ଏକ ମହାଯୁଦ୍ଧ ଆଡ଼କୁ ଗତି କରୁଛି । ବିଶ୍ୱର ଦୁଇଟି ମହାଶକ୍ତି ମଧ୍ୟରେ ଏହି ଯୁଦ୍ଧ ଆରମ୍ଭ ହେବ ଓ ସେଥିରେ ଅନ୍ୟ ଦେଶମାନେ ସଂପୃକ୍ତ ହୋଇପଡିବେ । ଗୋଟିଏ ପଟେ ଆମେରିକା ଓ ୟୁରୋପୀୟ ଦେଶମାନେ ରହିବେ ଓ ଅନ୍ୟପଟେ ଚୀନ, ଋଷ ଓ ଉତ୍ତର କୋରିଆ, ପାକିସ୍ତାନ ପ୍ରଭୃତି ଦେଶ ରହିବେ । ଏହି ଯୁଦ୍ଧ ପ୍ରାୟ ୨୭ ବର୍ଷ ଧରି ଚାଲିବ ଓ ଯୁଦ୍ଧ ଶେଷ ହେବା ବେଳକୁ ପୃଥିବୀର ଅଳ୍ପ କିଛି ମାନବ ସମାଜ ହିଁ ତିଷ୍ଠି ରହିଥିବେ । ଯୁଦ୍ଧ ଶେଷବେଳକୁ ବିଶ୍ୱରେ ଭୟଙ୍କର ଆର୍ଥିକ ସଂକଟ ଦେଖା ଦେବ ଓ ପ୍ରାକୃତିକ ଦୂର୍ବିପାକ ମଧ୍ୟ ଦେଖାଦେବ । ବିଶ୍ୱର ତାପମାତ୍ରା ବଢିଚାଲିବ ଓ ପ୍ରକୃତିର ଭାରସାମ୍ୟ ଦୋହଲି ଯିବ ।  ପୁଣି ଜୀବଜଗତ ପାଇଁ ଆଉ ଏକ ବିପଦର ଆଶଙ୍କା ରହିଛି, ତାହା ହେଉଛି ବିଶ୍ୱ ସହିତ ଏକ ବଡ଼ ଧୂମକେତୁ ମାଡ଼ ହେବ, ଫଳରେ ଅଧା ଜୀବଜଗତ ଧ୍ୱଂସ ପାଇଯିବ ।

ତେବେ ଏତେ ସବୁ ନକାରାତ୍ମକ ଭବିଷ୍ୟତବାଣୀ ମଧ୍ୟରେ ସେ କେତେକ ସକାରାତ୍ମକ କଥା ମଧ୍ୟ କହିଛନ୍ତି । ତାହା ହେଉଛି ମଣିଷ ସମାଜ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିବ । ଫଳରେ ମଣିଷର ଆୟୁଷ ଆହୁରି ବଢିଯିବ । ଏହା ସହିତ ବିଶ୍ୱରେ ପାଶ୍ଚାତ୍ୟ ସମାଜ ନୁହେଁ ଭାରତର ଗୁରୁତ୍ୱ ବଢିବ ।

 

ସମ୍ବନ୍ଧିତ ଖବର